ଶ୍ରୀମନ୍ଦିର ଚାରିପାଖରେ କାଲି ଜାରି ହେବ ୧୪୪ ଧାରା

ପୁରୀ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ହେଉଛି ଦୀପାବଳି। ତେବେ କାଲି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି। କେବଳ ଦର୍ଶନ ବନ୍ଦ ହୋଇନାହିଁ, ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ସିଂହଦ୍ୱାର ତଥା ମନ୍ଦିର ଚତୁଃପାର୍ଶ୍ୱରେ ଯେପରି ଲୋକଙ୍କ ସମାଗମ ନହେବ, ସେଥିପାଇଁ ୧୪୪ ଧାରା ମଧ୍ୟ ଜାରି କରାଯାଇଛି। ଆସନ୍ତାକାଲି ଭୋର ୪ଟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ସିଂହଦ୍ୱାର ଓ ମନ୍ଦିର ଚାରିପାଖରେ ୧୪୪ ଧାରା ବଳବତ୍ତର ରହିବ। କାଉଁରିଆ […]

PuriTemple

Jitendra Garnayak
  • Published: Wednesday, 03 November 2021
  • , Updated: 03 November 2021, 03:46 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ହେଉଛି ଦୀପାବଳି। ତେବେ କାଲି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି। କେବଳ ଦର୍ଶନ ବନ୍ଦ ହୋଇନାହିଁ, ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ସିଂହଦ୍ୱାର ତଥା ମନ୍ଦିର ଚତୁଃପାର୍ଶ୍ୱରେ ଯେପରି ଲୋକଙ୍କ ସମାଗମ ନହେବ, ସେଥିପାଇଁ ୧୪୪ ଧାରା ମଧ୍ୟ ଜାରି କରାଯାଇଛି। ଆସନ୍ତାକାଲି ଭୋର ୪ଟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ସିଂହଦ୍ୱାର ଓ ମନ୍ଦିର ଚାରିପାଖରେ ୧୪୪ ଧାରା ବଳବତ୍ତର ରହିବ।

କାଉଁରିଆ କାଠି ଜାଳିବା ବେଳେ ପ୍ରବଳ ଜନ ସମାଗମ ହେବା, ପ୍ରଦୂଷଣ ମାତ୍ରା ବୃଦ୍ଧି ହେବା ତଥା କୋଭିଡ କଟକଣା ଉଲ୍ଲଘଂନ ହେବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏ ସଂକ୍ରାନ୍ତରେ ଉପ ଜିଲ୍ଲାପାଳ ଭବତାରଣ ସାହୁ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଆସନ୍ତାକାଲି ସାଧାରଣ ଦର୍ଶନ ବନ୍ଦ ରହୁଥିଲା ବେଳେ କେବଳ କେବଳ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରବେଶ ଅନୁମତି ରହିବ।

Related story