କାର୍ତ୍ତିକ ଦ୍ୱିତୀୟ ସୋମବାର ବି ଦର୍ଶନ ମନା, ୧୪୪ ଧାରା ଜାରି

ଆଠଗଡ଼ (ନୀଳକଣ୍ଠ ଦୋରା): କାର୍ତ୍ତିକ ମାସ ପ୍ରଥମ ସୋମବାର ଭଳି ଦ୍ୱିତୀୟ ସୋମବାର ମଧ୍ୟ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିପାରିବେନି ଭକ୍ତ। କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ମନ୍ଦିରରେ ଚଳିତ କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର ପାଇଁ ମଧ୍ୟ ୧୪୪ ଧାରା ଜାରି କରିଛି ଆଠଗଡ଼ ପ୍ରଶାସନ। ସେହି ଦିନ ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି। ସେ […]

Temple

Jitendra Garnayak
  • Published: Saturday, 30 October 2021
  • , Updated: 30 October 2021, 06:23 PM IST

ଆଠଗଡ଼ (ନୀଳକଣ୍ଠ ଦୋରା): କାର୍ତ୍ତିକ ମାସ ପ୍ରଥମ ସୋମବାର ଭଳି ଦ୍ୱିତୀୟ ସୋମବାର ମଧ୍ୟ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିପାରିବେନି ଭକ୍ତ।

କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ମନ୍ଦିରରେ ଚଳିତ କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର ପାଇଁ ମଧ୍ୟ ୧୪୪ ଧାରା ଜାରି କରିଛି ଆଠଗଡ଼ ପ୍ରଶାସନ।

ସେହି ଦିନ ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ କାର୍ତ୍ତିକ ବ୍ରତଧାରୀ ଓ ଶ୍ରଦ୍ଧାଳୁମାନଙ୍କୁ ପୀଠକୁ ନ ଆସିବାକୁ କୁହାଯାଇଛି। କେବଳ ସେବାୟତମାନେ ମନ୍ଦିରରେ ଉପସ୍ଥିତ ରହି ନୀତିକାନ୍ତି ସଂପନ୍ନ କରିବେ।

Related story