୧୨ ତାରିଖ ରାତି ୮ଟାରୁ ଭବାନୀପାଟଣାରେ ୧୪୪ ଧାରା

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଅକ୍ଟୋବର ୧୩ ତାରିଖରେ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହେବ। ଆଉ ସେଥିପାଇଁ ଭବାନୀପାଟଣା ସହରରେ ୧୪୪ ଧାରା ଜାରି ହେବ। ଅତିରିକ୍ତ ଏସ୍‌ପି ବିଜୟ କୁମାର ନନ୍ଦ ଏ ନେଇ ସୂଚନା ଦେଇଛନ୍ତି। ଅତିରିକ୍ତ ଏସ୍‌ପିଙ୍କ ସୂଚନା ଅନୁଯାୟୀ, କୋଭିଡ୍‌ କଟକଣା ମଧ୍ୟରେ ବିନା ଭକ୍ତରେ ଛତର ଯାତ୍ରା ଅନୁଷ୍ଠିତ ହେବ। ଛତର ଯାତ୍ରା ପାଇଁ ଆସନ୍ତା ୧୨ ତାରିଖ ରାତି ୮ଟାରୁ ଭବାନୀପାଟଣାରେ ୧୪୪ ଧାରା ଜାରି ହେବ। […]

Addl SP

Jitendra Garnayak
  • Published: Saturday, 09 October 2021
  • , Updated: 09 October 2021, 08:32 PM IST

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଅକ୍ଟୋବର ୧୩ ତାରିଖରେ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହେବ। ଆଉ ସେଥିପାଇଁ ଭବାନୀପାଟଣା ସହରରେ ୧୪୪ ଧାରା ଜାରି ହେବ। ଅତିରିକ୍ତ ଏସ୍‌ପି ବିଜୟ କୁମାର ନନ୍ଦ ଏ ନେଇ ସୂଚନା ଦେଇଛନ୍ତି।

ଅତିରିକ୍ତ ଏସ୍‌ପିଙ୍କ ସୂଚନା ଅନୁଯାୟୀ, କୋଭିଡ୍‌ କଟକଣା ମଧ୍ୟରେ ବିନା ଭକ୍ତରେ ଛତର ଯାତ୍ରା ଅନୁଷ୍ଠିତ ହେବ। ଛତର ଯାତ୍ରା ପାଇଁ ଆସନ୍ତା ୧୨ ତାରିଖ ରାତି ୮ଟାରୁ ଭବାନୀପାଟଣାରେ ୧୪୪ ଧାରା ଜାରି ହେବ। ଏହା ୧୩ ତାରିଖ ଦିନ ୧୨ଟା ଯାଏଁ ବଳବତ୍ତର ରହିବ।

ଅତିରିକ୍ତ ଏସ୍‌ପି ଶ୍ରୀ ନନ୍ଦ କହିଛନ୍ତି ଯେ ଛତର ଯାତ୍ରା ପାଇଁ ଭବାନୀପାଟଣାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପାଖାପାଖି ୧୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହେବେ। ପାଖାପାଖି ୫୦ ସପ୍‌-ଇନ୍ସପେକ୍ଟର ଓ ଏଏସ୍‌ଆଇ, ୧୫ ଜଣ ଇନ୍ସପେକ୍ଟର ଏବଂ ୫ ଜଣ ଡିଏସ୍‌ପିଙ୍କୁ ସୁରକ୍ଷା ଦାୟିତ୍ୱରେ ମୁତୟନ କରାଯିବ।

ସେ କହିଛନ୍ତି, ଏଥର ଟେଲିଭିଜନରେ ଛତର ଯାତ୍ରାର ସିଧା ପ୍ରସାରଣ କରିବାକୁ ବ୍ୟବସ୍ଥା କରାଯାଇଛି। ତେଣୁ ଲୋକମାନଙ୍କୁ ଅନୁରୋଧ ସେମାନେ ଘରେ ରହି ମା’ଙ୍କ ଯାତ୍ରା ଦେଖନ୍ତୁ। ସେମାନେ ବାହାରକୁ ଆସି ଗହଳି କରନ୍ତୁ ନାହିଁ।

Related story