ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୪୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍ଏସ୍) ପକ୍ଷରୁ ଆଜି ସ୍ୱାସ୍ଥ୍ୟ ବିଭାଗକୁ ଦିଆଯାଇଛି ଏହି ସୂଚନା। ଏହା ସହିତ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୪୭କୁ ବୃଦ୍ଧି ପାଇଛି।
ଆଇଏଲ୍ଏସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଜାନୁଆରୀ ୯ରୁ ୧୬ ତାରିଖ ମଧ୍ୟରେ ୨୪୯ଟି ନମୁନା ଜିନମ ସିକ୍ୟୁଏନ୍ସିଂ ପାଇଁ ଆସିଥିଲା। ସେଥିମଧ୍ୟରୁ ୧୪୫ଟିର ରିପୋର୍ଟ ପଜିଟିଭ୍ ଆସିଛି।
ଅନ୍ୟପକ୍ଷରେ ଆଜି ସକାଳେ ଆସିଥିବା ରିପୋର୍ଟ ଅନୁଯାୟୀ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮,୯୬୧ରେ ପହଞ୍ଚିଥିଲା।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୬୦୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୯୯୧ ଜଣ ଅଛନ୍ତି। ୧୧,୬୦୭ ଜଣଙ୍କ ମଧ୍ୟରୁ ୬,୭୨୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୮,୪୭୯ ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪,୩୪୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ହଂସିକା-ଅନୀଲ୍ଙ୍କ ଠକାମିର ପୋଲ୍ ଖୋଲିଲେ ତାଙ୍କ ପୂର୍ବତନ କର୍ମଚାରୀ!
ହଂସିକା-ଅନୀଲଙ୍କ ଅଫିସ୍ରେ କାମ କରୁଥିବା ପୂର୍ବତନ କର୍ମଚାରୀ Mr X ପୁଲିସ୍କୁ ଦେଇଥିବା ବୟାନରେ ଲେଖିଛନ୍ତି, ଦୁଇ ବର୍ଷ ତଳେ କଟକରେ ଅନୀଲ ମହାନ୍ତିଙ୍କ ଜନ୍ମଦିନ ପାର୍ଟିରେ ହଂସିକା ଅଭିଲିପ୍ସାଙ୍କ ସହିତ ମୋର ଦେଖା ହୋଇଥିଲା।
Guest Column
ଫେରନ୍ତା ପ୍ରବାସୀଙ୍କୁ ଖୋଲାପତ୍ର
ଏ ରାଜ୍ୟ ଗୋଟିଏ ଚାଷୀ ପ୍ରଧାନ ରାଜ୍ୟ। କିନ୍ତୁ ଏହାର କୃଷକ ପରିବାରର ଆୟ ଏ ପର୍ଯ୍ୟନ୍ତ ମାସିକ ୧୦ ହଜାର ଟଙ୍କା ଛୁଇଁନାହିଁ। ସେହିପରି ଆଦିବାସୀ ପରିବାରର ମାସିକ ଆୟ ୩ ହଜାର ଟଙ୍କା ମଧ୍ୟ ଛୁଇଁନାହିଁ। ଆପଣମାନେ ବିଭିନ୍ନ ଭାବରେ ଅତିଥି ହୋଇ ଆସିଥିଲେ। ଏଣୁ ଏଠାକାର ଆତିଥ୍ୟ ସଂପର୍କରେ ଆପଣଙ୍କୁ ବେଶି କିଛି ଜଣାନଥିବ।
Crime
ନିଜ ନିଜ ଘରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ!
ବାଙ୍କୀ ଥାନା ଅନ୍ତର୍ଗତ ଅନୁଆରୀ ପଞ୍ଚାୟତ କୁରୁମଚଇନି ଗାଁର ରଞ୍ଜନ ସେଠ ବାଇଗଣୀ ଗ୍ରାମ କଲ୍ୟାଣୀ ମାଝୀଙ୍କୁ ପ୍ରେମ କରୁଥିଲେ। କଲ୍ୟାଣୀ ମଧ୍ୟ ରଞ୍ଜନଙ୍କୁ ଭଲ ପାଉଥିଲେ। ଉଭୟ ବାହା ହେବା ପାଇଁ କେତେ ସପନ ଦେଖୁଥିଲେ।
Crime
କାଲି ଘରୁ ବାହାରିଥିଲା ପୁଅ, ଆଜି ମିଳିଲା ମୃତଦେହ
କାଲି ରାତିରେ ଘରୁ ବାହାରିଥିଲେ ଯୁବକ। ହେଲେ ଆଉ ଘରକୁ ଫେରିଲେ ନାହିଁ। ଆଜି ସକାଳୁ ଗାଁ ନିକଟରୁ ମିଳିଲା ତାଙ୍କ ରକ୍ତାକ୍ତ ମୃତଦେହ ।
Politics
ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି
ଆଜି ପବିତ୍ର ମକର ସଂକ୍ରାନ୍ତି। କେନ୍ଦୁଝର ଜିଲ୍ଲାର ଗଣପର୍ବ ହେଉଛି ମକର ସଂକ୍ରାନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲା ପାଟଣାରେ ପହଞ୍ଚି ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।