ଓଡ଼ିଶାରେ ଆନ୍ଧ୍ରର ଭୋଟ, ପଡ଼ିଲା ୧୫ ନାମାଙ୍କନ

ଜୟପୁର(ଟି.ଗୌରୀଶଙ୍କର): ଓଡ଼ିଶାର ୩ଟି ଗାଁରେ ଆନ୍ଧ୍ରପ୍ରଦେଶ ନିର୍ବାଚନ ଆୟୋଜନ କରୁଛି। ପଞ୍ଚାୟତ ନିର୍ବାଚନ ପାଇଁ ୩ଟି ଗାଁରୁ ୧୫ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଗଞ୍ଜେଇବାଦ୍ରା ନାଁରେ ଓଡ଼ିଶାର ତଳଗଞ୍ଜେଇପଦରରୁ ସର୍ବାଧିକ ୧୩ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଠାରୁ ୩ ସରପଞ୍ଚ, ୧୦ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପଟୁଚେନୁରୁ ହୋଇଥିବା ଓଡ଼ିଶାର ପଟସୁନେରାରୁ ଜଣେ ସରପଞ୍ଚ ପ୍ରାର୍ଥୀ ଓ ପଟୁଗୁନେରୀ ହୋଇଥିବା ଫଗୁଣସିନେରୀରୁ ଜଣେ ସରପଞ୍ଚ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। […]

kotia

Manoranjan Sial
  • Published: Thursday, 04 February 2021
  • , Updated: 04 February 2021, 09:22 PM IST

ଜୟପୁର(ଟି.ଗୌରୀଶଙ୍କର): ଓଡ଼ିଶାର ୩ଟି ଗାଁରେ ଆନ୍ଧ୍ରପ୍ରଦେଶ ନିର୍ବାଚନ ଆୟୋଜନ କରୁଛି। ପଞ୍ଚାୟତ ନିର୍ବାଚନ ପାଇଁ ୩ଟି ଗାଁରୁ ୧୫ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଗଞ୍ଜେଇବାଦ୍ରା ନାଁରେ ଓଡ଼ିଶାର ତଳଗଞ୍ଜେଇପଦରରୁ ସର୍ବାଧିକ ୧୩ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଠାରୁ ୩ ସରପଞ୍ଚ, ୧୦ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପଟୁଚେନୁରୁ ହୋଇଥିବା ଓଡ଼ିଶାର ପଟସୁନେରାରୁ ଜଣେ ସରପଞ୍ଚ ପ୍ରାର୍ଥୀ ଓ ପଟୁଗୁନେରୀ ହୋଇଥିବା ଫଗୁଣସିନେରୀରୁ ଜଣେ ସରପଞ୍ଚ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆନ୍ଧ୍ର ସାଲୁର ବ୍ଲକ କୁଟୁଗୁଟି ପଞ୍ଚାୟତ ନିର୍ବାଚନ ଅଧିକାରୀଙ୍କ ସୂଚନା।

ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏଥିରେ ବିବାଦୀୟ କୋଟିଆ ପଞ୍ଚାୟତର ୩ ଗାଁର ନାଁ ରହିଛି। ଏହି ଗାଁ ଗୁଡ଼ିକ ସାଲୁର ବ୍ଲକରେ ସାମିଲ କରାଯାଇଛି। ଆନ୍ଧ୍ରରେ ସାମିଲ ହେବା ପରେ ଗଞ୍ଜାଇବାଦ୍ରା, ପଟୁଚେନୁର ଓ ପଟୁଗୁନେରୀ ହୋଇଛି। ଆଜି ଏହି ଗାଁ ଗୁଡ଼ିକରେ ନାମାଙ୍କନପତ୍ର ଦାଖଲ ଚାଲିଛି।

ଆନ୍ଧ୍ର-ଓଡ଼ିଶା ସୀମା ବିବାଦ, ବିଶେଷକରି କୋଟିଆ କାହାର, ତାହା ଏବେ ବି ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୂର୍ବରୁ ଆନ୍ଧ୍ରର  ମନମାନୀ ଓ ଦାଦାଗିରି ଚଳାଇଛି। ସବୁ ଆଇନ୍‌ କାନୁନକୁ ଜଳାଞ୍ଜଳି ଦେଇ ଆନ୍ଧ୍ର ସେହି ଗାଁ ଗୁଡ଼ିକରେ ପଞ୍ଚାୟତ ନିର୍ବାଚନ କରୁଛି। କିନ୍ତୁ ଏ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ନିକଟରେ ଖବରନାହିଁ। ଯାହାକୁ ନେଇ ଅବିଭକ୍ତ କୋରାପୁଟ ଜିଲ୍ଲାର ନେତାମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଯେଉଁଥିପାଇଁ ଆଜି ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ବଦଳି କରିଥିବା ଆଲୋଚନା ହେଉଛି।

 

Related story