ଧରା ପଡ଼ିଲେ ୧୫ ଜାଲ୍‌ ଶିକ୍ଷକ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲାରେ ୧୫ ଜଣ ଜାଲ ଶିକ୍ଷକ ପିଲାମାନଙ୍କୁ ଶିକ୍ଷାଦାନ କରୁଥିଲେ। ସାର୍ଟିଫିକେଟ୍‌ ଯାଞ୍ଚ ବେଳେ ଜଣାପଡ଼ିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଥାନାରେ ମଧ୍ୟ ମାମଲା କରାଯାଇଥିବା ଜିଲ୍ଲା ବିଜ୍ଞାନ ପରିଦର୍ଶକ କୃଷ୍ଣ ମୋହନ ସିଂହ। ଅଭିଯୋଗରୁ ପ୍ରକାଶ, ଦୀର୍ଘ ଦିନ ଧରି ବାଲେଶ୍ୱର ଜିଲ୍ଲାରେ ନକଲି ଶିକ୍ଷକ ଶିକ୍ଷାଦାନ କରୁଥିଲେ। ମାସ ମାସ ଧରି ଦରମା ମଧ୍ୟ ନେଉଥିଲେ। ରାଜ୍ୟ ସରକାରଙ୍କ ରାଜକୋଷକୁ ଲୋଟ୍‌ କରୁଥିଲେ। ଏନେଇ ଅଭିଯୋଗ […]

teacher

Manoranjan Sial
  • Published: Saturday, 30 October 2021
  • , Updated: 30 October 2021, 09:43 PM IST

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲାରେ ୧୫ ଜଣ ଜାଲ ଶିକ୍ଷକ ପିଲାମାନଙ୍କୁ ଶିକ୍ଷାଦାନ କରୁଥିଲେ। ସାର୍ଟିଫିକେଟ୍‌ ଯାଞ୍ଚ ବେଳେ ଜଣାପଡ଼ିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଥାନାରେ ମଧ୍ୟ ମାମଲା କରାଯାଇଥିବା ଜିଲ୍ଲା ବିଜ୍ଞାନ ପରିଦର୍ଶକ କୃଷ୍ଣ ମୋହନ ସିଂହ।

ଅଭିଯୋଗରୁ ପ୍ରକାଶ, ଦୀର୍ଘ ଦିନ ଧରି ବାଲେଶ୍ୱର ଜିଲ୍ଲାରେ ନକଲି ଶିକ୍ଷକ ଶିକ୍ଷାଦାନ କରୁଥିଲେ। ମାସ ମାସ ଧରି ଦରମା ମଧ୍ୟ ନେଉଥିଲେ। ରାଜ୍ୟ ସରକାରଙ୍କ ରାଜକୋଷକୁ ଲୋଟ୍‌ କରୁଥିଲେ। ଏନେଇ ଅଭିଯୋଗ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଥିଲା। ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରିଥିଲା ଶିକ୍ଷା ବିଭାଗ। ଏହି ସମୟରେ ୧୫ ଜଣ ଶିକ୍ଷକ ନକଲି ବୋଲି ଜଣାପଡ଼ିଛି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏପରିକି ସେମାନଙ୍କ ନାଁରେ ଥାନାରେ ଅଭିଯୋଗ କରାଯାଇଛି ବୋଲି ଜିଲ୍ଲା ବିଜ୍ଞାନ ପରିଦର୍ଶକ ସୂଚନା ଦେଇଛନ୍ତି।

Related story