ପାହାଡ଼ରୁ ଖସିଲା ପଥର, ୧୭ ଶ୍ରଦ୍ଧାଳୁ ଆହତ

ରାଉରକେଲା/ବୀରମିତ୍ରପୁର (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକର ହାତୀବାରି ଥାନା ଅନ୍ତର୍ଗତ ଜଟିଆ ପାହାଡ଼ରେ ଘଟିଛି ଅଘଟଣ। ଆଜି ମହାଶିବରାତ୍ରୀ ହୋଇଥିବାରୁ ଲୋକେ ସେଠାକୁ ଯା’ଆସ କରୁଥିବା ବେଳେ ପାହାଡ଼ରୁ ପଥର ଖସିବାରୁ ୧୭ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ରାଉରକେଲା ସରକାରୀ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୭ ଜଣଙ୍କୁ ହାତୀବାରି ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଦୁଇ […]

accident

Tapaswini Nayak
  • Published: Friday, 21 February 2020
  • , Updated: 21 February 2020, 03:58 PM IST

ରାଉରକେଲା/ବୀରମିତ୍ରପୁର (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକର ହାତୀବାରି ଥାନା ଅନ୍ତର୍ଗତ ଜଟିଆ ପାହାଡ଼ରେ ଘଟିଛି ଅଘଟଣ। ଆଜି ମହାଶିବରାତ୍ରୀ ହୋଇଥିବାରୁ ଲୋକେ ସେଠାକୁ ଯା’ଆସ କରୁଥିବା ବେଳେ ପାହାଡ଼ରୁ ପଥର ଖସିବାରୁ ୧୭ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ରାଉରକେଲା ସରକାରୀ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୭ ଜଣଙ୍କୁ ହାତୀବାରି ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଦୁଇ ଜଣ ଶିଶୁ ଥିବା ଜଣାପଡ଼ିଛି।

ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ୍  ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର କରିବାକୁ ଯାଇଥିବା  ଜଣେ ଅଗ୍ନିଶମ ଅଧିକାରୀଙ୍କ କହିବା ଅନୁଯାୟୀ, ପ୍ରାୟ ୨୦ରୁ ୩୦ କିଲୋ ଓଜନର ଏକ ପଥର ଖସି ପଡ଼ିଥିଲା । ମନ୍ଦିର ଯିବା ରାସ୍ତାଟି ଅଣଓସାରିଆ ଓ ପାହାଡିଆ ହୋଇଥିବା ଯୋଗୁ  ପଥର ଖସିବା ସୂଚନା ପାଇବା ମାତ୍ରେ  ଲୋକ ଧାଁଦୌଡ କରିଥିଲେ। ସେଥିପାଇଁ  ଅଧିକ ଲୋକ ଆହତ ହୋଇଥିଲେ।  ଏବେ ଉକ୍ତ ସ୍ଥାନକୁ କର୍ଡନ କରି ରଖାଯାଇଛି।

ଅନ୍ୟପକ୍ଷରେ  ମିଳିଥିବା ସୂଚନା ଅନୁଯାୟୀ,  ରାଉରକେଲା ସରକାରୀ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଲୋକଙ୍କୁ ଚିକିତ୍ସାରେ ବିଳମ୍ବ କରାଯାଇଥିବା ଅଭିଯୋଗ ହୋଇଛି।   ଡାକ୍ତରଖାନାକୁ ଅଣାଯିବାର ଦୁଇ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କ ଚିକିତ୍ସା କରାଯାଇନଥିଲା। ରାଉରକେଲା ବିଧାୟକ ଓ ବୀରମିତ୍ରପୁର ବିଧାୟକ ଡାକ୍ତରଖାନାରେ ପହଞ୍ଚି  ଡାକ୍ତରଙ୍କୁ ତାଗିଦ୍ କରିବା ପରେ ଚିକିତ୍ସା ଆରମ୍ଭ କରାଯାଇଥିଲା।

 

Related story