ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଓଲଟିଲା ବସ୍‌

କାମାକ୍ଷାନଗର(ରାକେଶ ଦେହୁରୀ): ପିକ୍‌ସାରି ଫେରୁଥିବା ବେଳେ ଓଲଟି ପଡ଼ିଲା ବସ୍‌।  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଖଇରାମୁଣ୍ଡା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ବିଲକୁ ଓଲଟି ପଡ଼ିଛି। ଏଥିରେ ୧୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ତାଳଚେରର ମଣ୍ଡାପାଳ ଡାକ୍ତରଖାନା ଓ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଲେଶ୍ୱରରୁ ପିକ୍‌ନିକ୍ ସାରି ଅନୁଗୋଳ ଫେରୁଥିବା ବେଳେ ଆଜି ଭୋର ପ୍ରାୟ ୪ଟା ବେଳେ ଏହି […]

tyyyy6777788

Tapaswini Nayak
  • Published: Monday, 10 December 2018
  • , Updated: 10 December 2018, 08:12 AM IST

କାମାକ୍ଷାନଗର(ରାକେଶ ଦେହୁରୀ): ପିକ୍‌ସାରି ଫେରୁଥିବା ବେଳେ ଓଲଟି ପଡ଼ିଲା ବସ୍‌।  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଖଇରାମୁଣ୍ଡା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା।

ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ବିଲକୁ ଓଲଟି ପଡ଼ିଛି। ଏଥିରେ ୧୫ ଜଣ ଆହତ ହୋଇଛନ୍ତି।

ଆହତମାନଙ୍କୁ ତାଳଚେରର ମଣ୍ଡାପାଳ ଡାକ୍ତରଖାନା ଓ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବାଲେଶ୍ୱରରୁ ପିକ୍‌ନିକ୍ ସାରି ଅନୁଗୋଳ ଫେରୁଥିବା ବେଳେ ଆଜି ଭୋର ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବସ୍‌ରେ ପ୍ରାୟ ୪୫ ଜଣ ଯାତ୍ରୀ ଥିଲେ।

ଡ୍ରାଇଭର ଶୋଇପଡ଼ିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

ଶନିବାର ରାତିରେ ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ କତଡ଼ା ନିକଟରେ ଏକ ଟାଟା ୱିଙ୍ଗର ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୧୦ ଆହତ ହୋଇଥିଲେ। ଟାଟା ୱିଙ୍ଗରେ ଥିବା ଯାତ୍ରୀମାନେ ହରିଶଙ୍କର ଓ ଗୁପ୍ତେଶ୍ୱର ଆଦି ସ୍ଥାନ ବୁଲାବୁଲି କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

Related story