ଛୋଟାର ୧୫ରୁ ଅଧିକ ଅର୍ଦ୍ଧନିର୍ମିତ ଘର ଭାଙ୍ଗିଲା ପ୍ରଶାସନ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧାର କୁଖ୍ୟାତ ବ୍ରାଉନସୁଗର୍ ମାଫିଆ ଶୁଭ୍ରାଂଶୁ ପରିଡ଼ା ଓରଫ ଛୋଟାର କଳା ସାମ୍ରାଜ୍ୟ ଉପରେ ଚଢ଼ଉ ଜାରି ରହିଛି। ଆଜି ଖୋର୍ଦ୍ଧା ସହରରେ ଛୋଟା ନାଁରେ ଥିବା ୧୫ଟି ଅର୍ଦ୍ଧନିର୍ମିତ ଘରକୁ ଜେସିବି ଲଗାଇ ଭାଙ୍ଗି ଦେଇଛି ଜିଲ୍ଲା ପ୍ରଶାସନ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାଲିଥିବା ଏହି ଉଚ୍ଛେଦ କାମରେ ୫ଟି ଜେସିବି ନିୟୋଜିତ କରାଯାଇଥିବା ବେଳେ ଘଟଣାସ୍ଥଳରେ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଏହା ପୂର୍ବରୁ ଗତ ୧୫ ତାରିଖରେ […]

khodha,,,

Manoranjan Sial
  • Published: Monday, 22 July 2019
  • , Updated: 22 July 2019, 07:55 PM IST

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧାର କୁଖ୍ୟାତ ବ୍ରାଉନସୁଗର୍ ମାଫିଆ ଶୁଭ୍ରାଂଶୁ ପରିଡ଼ା ଓରଫ ଛୋଟାର କଳା ସାମ୍ରାଜ୍ୟ ଉପରେ ଚଢ଼ଉ ଜାରି ରହିଛି। ଆଜି ଖୋର୍ଦ୍ଧା ସହରରେ ଛୋଟା ନାଁରେ ଥିବା ୧୫ଟି ଅର୍ଦ୍ଧନିର୍ମିତ ଘରକୁ ଜେସିବି ଲଗାଇ ଭାଙ୍ଗି ଦେଇଛି ଜିଲ୍ଲା ପ୍ରଶାସନ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାଲିଥିବା ଏହି ଉଚ୍ଛେଦ କାମରେ ୫ଟି ଜେସିବି ନିୟୋଜିତ କରାଯାଇଥିବା ବେଳେ ଘଟଣାସ୍ଥଳରେ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

ଏହା ପୂର୍ବରୁ ଗତ ୧୫ ତାରିଖରେ ଖୋର୍ଦ୍ଧା ଗୁରୁଜଙ୍ଗଠାରେ ଛୋଟାର ପ୍ରାୟ ୨ କୋଟି ଟଙ୍କା ମୂଲ୍ୟର ପ୍ରାୟ ୨୦ଟି ଘରକୁ ଭାଙ୍ଗି ଦେଇଥିଲା ଜିଲ୍ଲା ପ୍ରଶାସନ। ଚୋରା ନିଶା କାରବାର ଓ ଖଣି ମାଫିଆ ସହ ଜଡ଼ିତ ଥିବା ଛୋଟା ଦୀର୍ଘ ଦିନ ଧରି କ୍ରାଇମବ୍ରାଞ୍ଚ STFର ୱାଣ୍ଟେଡ୍ ତାଲିକାରେ ରହିବା ପରେ ମଧ୍ୟ ଧରାପଡ଼ିନଥିଲା। ତେବେ ଗତ ୯ ତାରିଖରେ ଛୋଟା ଖୋର୍ଦ୍ଧା କୋର୍ଟରେ ଆତ୍ମ ସମର୍ପଣ କରିଥିଲା।

Related story