୧୫୫ ଓଏଏସ୍ ଅଫିସରଙ୍କୁ ପଦୋନ୍ନତି, ୩୪ଜଣଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ୧୫୫ ଜଣ ଓଏଏସ୍ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି। ଓଡ଼ିଶା ପ୍ରଶାସନିକ ସେବା ଇତିହାସରେ ପ୍ରଥମଥର ପାଇଁ ଏତେ ସଂଖ୍ୟକ ଓଏଏସ୍ ଅଫିସରଙ୍କୁ ଏକକାଳୀନ ଅତିରିକ୍ତ ସଚିବ ଓ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ରାଜ୍ୟ ସରକାର ନିକଟ ଅତୀତରେ ଓଏଏସ୍ କ୍ୟାଡ଼ରର ପୁନର୍ଗଠନ କରି ଅଧିକ ପଦବୀ ସୃଷ୍ଟି କରିଥିଲେ। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଅତିରିକ୍ତ ସଚିବ ବା ସୁପରିଅର ଆଡମିନିଷ୍ଟ୍ରେଟିଭ୍ […]

sachivalya

Ordigital Desk
  • Published: Friday, 25 June 2021
  • , Updated: 25 June 2021, 09:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ୧୫୫ ଜଣ ଓଏଏସ୍ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି। ଓଡ଼ିଶା ପ୍ରଶାସନିକ ସେବା ଇତିହାସରେ ପ୍ରଥମଥର ପାଇଁ ଏତେ ସଂଖ୍ୟକ ଓଏଏସ୍ ଅଫିସରଙ୍କୁ ଏକକାଳୀନ ଅତିରିକ୍ତ ସଚିବ ଓ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ରାଜ୍ୟ ସରକାର ନିକଟ ଅତୀତରେ ଓଏଏସ୍ କ୍ୟାଡ଼ରର ପୁନର୍ଗଠନ କରି ଅଧିକ ପଦବୀ ସୃଷ୍ଟି କରିଥିଲେ।

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଅତିରିକ୍ତ ସଚିବ ବା ସୁପରିଅର ଆଡମିନିଷ୍ଟ୍ରେଟିଭ୍ ଗ୍ରେଡ୍‌(ଏସଏଜି) ପାହ୍ୟାରେ କାର୍ଯ୍ୟରତ ଥିବା ୩୪ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ଆଜି ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ସେହିପରି ସୁପରଟାଇମ୍ ସ୍କେଲରେ କାର୍ଯ୍ୟରତ ୧୨୧ଜଣ ଅଫିସରଙ୍କୁ ଆଜି ଏସଏଜି ଗ୍ରେଡ୍ ଅବା ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ସମସ୍ତ ଅଫିସରଙ୍କୁ ନିଜ ନିଜ ସ୍ଥାନରେ କାର୍ଯ୍ୟ କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ଶୀର୍ଷ ପ୍ରଶାସନିକ ପଦବୀରେ ଅଧିକ ସଂଖ୍ୟକ ଓଏଏସ୍ ଅଫିସରଙ୍କୁ ନିଯୁକ୍ତି ଦେବା ନିମନ୍ତେ ଦୀର୍ଘଦିନ ଧରି ଓଏଏସ୍ ସଂଘ ଦାବି କରି ଆସୁଥିଲା। ରାଜ୍ୟ ସରକାର ମଧ୍ୟ ସେମାନଙ୍କ ଦାବି ଗ୍ରହଣ କରି ବିଧିବଦ୍ଧ ଭାବେ ଓଏଏସଙ୍କ ପାଇଁ ଶୀର୍ଷସ୍ତରରେ ପଦବୀ ସଂଖ୍ୟା ବୃଦ୍ଧି କରିଛନ୍ତି।

Related story