ଓଡ଼ିଶାର ନକ୍ସଲ ଅଧ୍ୟୁଷିତ ଜିଲ୍ଲା ପାଇଁ ୧୫୮ ମୋବାଇଲ ଟାୱାର ନିର୍ମାଣକୁ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ନକ୍ସଲ ଅଧ୍ୟୁଷ୍ୟିତ ଜିଲ୍ଲାଗୁଡ଼ିକରେ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୫୮ଟି ମୋବାଇଲ ଟାୱାର ନିର୍ମାଣ ନିମନ୍ତେ ଅନୁମୋଦନ କରିଛନ୍ତି। ନକ୍ସଲ ଉପଦ୍ରୁତ ଅଞ୍ଚଳ ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୨୬୧ଟି ମୋବାଇଲ ଟାୱାର ନିର୍ମାଣ ସରିଛି। କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଇଲୋକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ସଞ୍ଜୟ ଧୋଟ୍ରେ ଆଜି କହିଛନ୍ତି ଯେ ଓଡ଼ିଶାର ଗ୍ରାମାଞ୍ଚଳ ଓ […]

mobil-tower

Manoranjan Sial
  • Published: Thursday, 06 February 2020
  • , Updated: 06 February 2020, 07:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ନକ୍ସଲ ଅଧ୍ୟୁଷ୍ୟିତ ଜିଲ୍ଲାଗୁଡ଼ିକରେ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୫୮ଟି ମୋବାଇଲ ଟାୱାର ନିର୍ମାଣ ନିମନ୍ତେ ଅନୁମୋଦନ କରିଛନ୍ତି। ନକ୍ସଲ ଉପଦ୍ରୁତ ଅଞ୍ଚଳ ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୨୬୧ଟି ମୋବାଇଲ ଟାୱାର ନିର୍ମାଣ ସରିଛି।

କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଇଲୋକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ସଞ୍ଜୟ ଧୋଟ୍ରେ ଆଜି କହିଛନ୍ତି ଯେ ଓଡ଼ିଶାର ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଟେଲି ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ସମଗ୍ର ଦେଶରେ ସର୍ବାଧିକ ନକ୍ସଲ ଉପଦ୍ରୁତ ଅଞ୍ଚଳ ପାଇଁ ୨୩୫୫ଟି ମୋବାଇଲ ଟାୱାର ନିର୍ମାଣର ସ୍ଥାପନକୁ ମଞ୍ଜୁରୀ ଦିଆଯାଇଥିବାବେଳେ ଓଡ଼ିଶାରେ ୨୬୧ଟି ଟାୱାର ନିର୍ମାଣ ସରିଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୨୨୧୭ଟି ମୋବାଇଲ ଟାୱାର ନିର୍ମାଣ ନିମନ୍ତେ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ଓ ଏଥିରେ ଓଡ଼ିଶାରେ ୧୫୮ଟି ମୋବାଇଲ ଟାୱାର ରହିଛି। ଏହି ସମସ୍ତ ଟାୱାର ଟୁ-ଜି ଓ ଫୋର-ଜି ନେଟୱାର୍କର ହେବ। ଏସବୁ ବ୍ୟତୀତ ପ୍ରଥମ ପର୍ଯ୍ୟାୟରେ ନିର୍ମିତ ଟାୱାର ମଧ୍ୟରୁ ୧୦୪ଟି ଟାୱାରର ଉନ୍ନତିକରଣ କରାଯାଇଛି।

ଭାରତନେଟ୍ ପ୍ରକଳ୍ପ ଅନ୍ତର୍ଗତ ସମସ୍ତ ଗ୍ରାମପଞ୍ଚାୟତ(ଅଢ଼େଇ ଲକ୍ଷ)ରେ ବ୍ରଡବ୍ୟାଣ୍ଡ ସଂଯୋଗ ଦେବା କାର୍ଯ୍ୟ ମଧ୍ୟ ଜାରି ରହିଛି।

Related story