ଖଲ୍ଲିକୋଟ (ଓଡ଼ିଶା ରିପୋର୍ଟର): ଗୋଟିଏ ଗାଁରୁ ବନ୍ଧା ହେଲେ ଏକାଥରକେ ୧୬ ମହିଳା । ନାବାଳିକାକୁ ଗଛରେ ବାନ୍ଧି ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୁଲିସ ଏମାନଙ୍କୁ ଗିରଫ କରିଛି । ଗିରଫ ୧୬ ଜଣ ମହିଳା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡା ଗାଁର ବୋଲି ସୂଚନା ମିଳିଛି ।
ପୁଲିସ ସୁଚନା ମୁତାବକ, ଦୁଇ ଦିନ ତଳେ ଜଣେ ନାବାଳିକାର ଚରିତ୍ର ଉପରେ ସନ୍ଦେହ କରି ଭିକାପଡା ଗାଁରେ କଙ୍ଗାରୁ କୋର୍ଟ ବସିଥିଲା । କଙ୍ଗାରୁ କୋର୍ଟର ନିଷ୍ପତ୍ତି ଅନୁଯାୟୀ ଗାଁର ମହିଳାମାନେ ଉକ୍ତ ନାବାଳିକାକୁ ଘରୁ ଟାଣି ଆଣି ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ପରେ ଏହି ଘଟଣାକୁ ନେଇ ଉକ୍ତ ନାବାଳିକ ଜଣକ ଜେଜେ ମା’ଙ୍କ ସହ ମିଶି ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପରେ ଗତକାଲି ପୁଲିସ ୧୬ ଜଣ ମହିଳାଙ୍କୁ ଉଠାଇ ନେଇଛି । ସେମାନଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ପୁଲିସ ।
ପୂର୍ବରୁ ଉକ୍ତ ନାବାଳିକାଙ୍କ ବାପାଙ୍କ ମୃତ୍ୟୁ ଘଟି ଥିବାବେଳେ ମା’ କେଉଁ ଆଡେ ଚାଲିଯାଇଛନ୍ତି । ଏବେ ବାପା-ମା’ ଛେଉଣ୍ଡ ନାବାଳିକାଟି ତା’ର ଜେଜେମା’ ସହ ଗାଁରେ ରହୁଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ଖୁବ୍ ଶୀଘ୍ର ହେବ ପରୀକ୍ଷାମୂଳକ ବ୍ୟବସ୍ଥା
ବର୍ଷ ଆରମ୍ଭରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ପ୍ରକ୍ରିୟା। ଏହା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତା ୨୮ କିମ୍ବା ୨୯ ତାରିଖରେ ପରୀକ୍ଷାମୂଳକ ବ୍ୟବସ୍ଥା କରାଯିବ ।
Crime
ବିଲରେ ଧାନ ଗଜା ଦେଖି ସହି ପାରୁନି ଚାଷୀ; ଜଣେ ଝୁଲି ପଡ଼ିଲେ, ଜଣେ ଟଳିପଡ଼ିଲେ
ଦୁଇ ଦିନ ହେଲା ବର୍ଷା ଯୋଗୁ ବିଲରେ ପାଚିଲା ଧାନ ଗଜା ହେଲାଣି। ଓଦା ଧାନକୁ ଦେଖି ଚାଷୀର ଆଖି ବି ଓଦା ହୋଇ ଯାଉଛି।
Crime
ବିବାହିତ ହୋଇ ବି ପାଲଟିଥିଲେ ପ୍ରେମ ପକ୍ଷୀ; ଦେଖାଦେଲା ଝଡ଼, ମିଳିଲା ଝୁଲନ୍ତା ମୃତଦେହ
ଘର ସଂସାର ଥାଇ ବି ଅନ୍ୟ ପ୍ରେମରେ ହେଉଥିଲେ ମତୁଆଲା। ମାତ୍ର ଦୁନିଆ ଏହି କଳଙ୍କିତ ପ୍ରେମକୁ ଗ୍ରହଣ କରି ନ ଥିଲା। ଫଳରେ ଉଭୟ ଫେରାର ହୋଇ ଯାଇଥିଲେ। ଆଉ ଫେରାର ହେବାର ପ୍ରାୟ ସପ୍ତାହେ ପରେ ମିଳିଛି ଉଭୟଙ୍କ ଝୁଲନ୍ତା ମୃତଦେହ।
Crime
ଭିଜିଲାନ୍ସ ପଞ୍ଝାରେ ARI; ୮ଟି ସ୍ଥାନରେ ଚାଲିଛି ଚଢାଉ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୋରିଗୁମ୍ମା ତହସିଲ ARI ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍ ।
Accident
୩୦ଫୁଟ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଚାପି ହୋଇଗଲେ ଡ୍ରାଇଭର
୩୦ଫୁଟ୍ ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍ । ଟ୍ରକ ଭିତରେ ଚାପି ହୋଇ ରହିଛି ଚାଳକଙ୍କ ମୃତଦେହ ।