‘କିମିଆ କଲେ କାଳିଆ ସାଆନ୍ତ, ତାଙ୍କ ପାଇଁ ଗଢ଼ିଦେଲି ରଥ’

କୋଣାର୍କ(ସଞ୍ଜୟ ପତି): ‘ମୋତେ କିମିଆ କରିଛନ୍ତି କାଳିଆ ସାଆନ୍ତ । ଛୋଟ ବେଳୁ ତାଙ୍କ ପ୍ରେମରେ ପଡ଼ି ତାଙ୍କରି ନାମ ଗାଉଛି।  ଚତୁଃର୍ଦିଗ ମୋତେ ଜଗନ୍ନାଥମୟ ଲାଗୁଛି। ଛୋଟଠୁ ବଡ଼ ଯାଏଁ ତାଙ୍କର ଭଳିକି ଭଳି ମୂର୍ତ୍ତି ନିଜ ହାତରେ ତିଆରି କରୁଛି। ତଥାପି ମନ ବୁଝୁନି। ଚଳିତ ବର୍ଷ ମୁଁ ପ୍ରଥମ ଥର କରିଥିବା ବଡ଼ ରଥ ଗାଁରେ ଟଣା ହୋଇଥିବା ବେଳେ କୁନି କୁନି ରଥ ବି ଗଢ଼ିଛି।’  ଏପରି କହିଛନ୍ତି ଜଗନ୍ନାଥ ପ୍ରେମରେ […]

konark

Niharika Rout
  • Published: Saturday, 02 July 2022
  • , Updated: 02 July 2022, 01:52 PM IST

କୋଣାର୍କ(ସଞ୍ଜୟ ପତି): ‘ମୋତେ କିମିଆ କରିଛନ୍ତି କାଳିଆ ସାଆନ୍ତ । ଛୋଟ ବେଳୁ ତାଙ୍କ ପ୍ରେମରେ ପଡ଼ି ତାଙ୍କରି ନାମ ଗାଉଛି।  ଚତୁଃର୍ଦିଗ ମୋତେ ଜଗନ୍ନାଥମୟ ଲାଗୁଛି। ଛୋଟଠୁ ବଡ଼ ଯାଏଁ ତାଙ୍କର ଭଳିକି ଭଳି ମୂର୍ତ୍ତି ନିଜ ହାତରେ ତିଆରି କରୁଛି। ତଥାପି ମନ ବୁଝୁନି। ଚଳିତ ବର୍ଷ ମୁଁ ପ୍ରଥମ ଥର କରିଥିବା ବଡ଼ ରଥ ଗାଁରେ ଟଣା ହୋଇଥିବା ବେଳେ କୁନି କୁନି ରଥ ବି ଗଢ଼ିଛି।’  ଏପରି କହିଛନ୍ତି ଜଗନ୍ନାଥ ପ୍ରେମରେ ପଡ଼ିଥିବା ୧୬ ବର୍ଷୀୟ ରୋହନ ଗୋଛାୟତ ।

ଏ ବୟସରେ ପିଲାମାନେ ପଥଭ୍ରଷ୍ଟ ହେଉଥିବା ବେଳେ ରୋହନ କିନ୍ତୁ ଜଗତର ନାଥ ଜଗନ୍ନାଥଙ୍କ ପାଇଁ ପାଗଳ। ପୁଅର ଏହି ପାଗଳାମିରେ ତାଙ୍କ ସାଥ୍‌ ଦେଉଛନ୍ତି କୋଣାର୍କ ଏନଏସି ଅନ୍ତର୍ଗତ ରାଉଳପାଟଣା ଗୋଛାୟତ ସାହିର ପ୍ରମୋଦ ଗୋଛାୟତ ଓ କବିତା ଗୋଛାୟତ ।

[caption id="attachment_746195" align="aligncenter" width="650"] ପରିବାର ସହ ନିଜେ ଗଢ଼ିଥିବା ରଥ ସମ୍ମୁଖରେ ରୋହନ ।[/caption]

ପ୍ରମୋଦ ଓ କବିତାଙ୍କ ଏକମାତ୍ର ପୁଅ ରୋହନ ୪ବର୍ଷ ବୟସରୁ ମହାପ୍ରଭୁଙ୍କୁ ନିଜ ମନରେ ବସାଇଛି। ସେବେଠୁ ସେ ଜଗତର ନାଥ ଜଗନ୍ନାଥଙ୍କୁ ନିଜ ଘରେ ରଖି ଆରାଧନା କରିବା ସହ ଛୋଟ ଛୋଟ ରଥ ଗଢ଼ୁଛନ୍ତି । ଚଳିତ ବର୍ଷ ୭ଫୁଟ ଉଚ୍ଚତାର ଏକ  ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ କରି ରଥଯାତ୍ରା କରିଛନ୍ତି ରୋହନ । ତାଙ୍କ ଦ୍ୱାରା ନିର୍ମିତ ରଥ ଗାଁ ଦାଣ୍ଡରେ ଗଡ଼ିଛି। ଏହାବାଦ ସବୁଠାରୁ ଆକର୍ଷଣ କରୁଛି ତାଙ୍କଦ୍ୱାରା ଦିଆସିଲ କାଠିରେ ନିର୍ମିତ  ହୋଇଥିବା ୧୦ସେଣ୍ଟିମିଟର ଓ ୩.୫ ସେଣ୍ଟିମିଟର ଉଚ୍ଚତାର  ଦୁଇଟି ଛୋଟ ଛୋଟ ରଥ । ଏହି ୨ ଟି ରଥ ନିମନ୍ତେ କୁନି କୁନି ଠାକୁର ବି ଗଢ଼ିଛନ୍ତି ରୋହନ ।

ରୋହନ ଏବେ ଯୁକ୍ତଦୁଇରେ ପଢ଼ୁଥିବା ବେଳେ ୪ ବର୍ଷ ବୟସରୁ ସେ ଜଗନ୍ନାଥ ପ୍ରେମରେ ତଲିନ୍ନ ହୋଇଛନ୍ତି । ସେବେଠୁ ନିଜ ହାତରେ ସେ ଗଢ଼ୁଛନ୍ତି କୁନି କୁନି ରଥ ।   ସେବେଠୁ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ସହ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତିକୁ ନିଜ ଘରେ ପାଳନ କରୁଛନ୍ତି । ଏହାବାଦ ବାଲୁକା କଳା ଠାରୁ ଆରମ୍ଭ କରି ବିଭିନ୍ନ ଚିତ୍ରକଳା ନିଜ ହାତରେ ଅନାୟସରେ ଆଙ୍କି ପାରୁଛନ୍ତି।

[caption id="attachment_746196" align="aligncenter" width="650"] କାଳିଆ ପ୍ରେମରେ ରୋହନ ।[/caption]

ଚଳିତ ବର୍ଷ କରୋନା କଟକଣା ଉଠି ଯାଇଥିବା ବେଳେ ଗାଁ ଦାଣ୍ଡରେ ରଥ ଗଡ଼ାଇବାକୁ ଆରମ୍ଭ କରିଥିଲେ ପ୍ରସ୍ତୁତି  । ବାପା ମା’ଙ୍କଠାରୁ ୧୫ହଜାର ଟଙ୍କା ନେଇ ସ୍ଥାନୀୟ କାରିଗରଙ୍କ ସହଯୋଗରେ ଏକ ୭ଫୁଟର ରଥ ନିର୍ମାଣ କରିଛନ୍ତି। ଏହାବାଦ ଦିଆସିଲ କାଠିରେ  ଦୁଇଟି କୁନି କୁନି ରଥ ନିର୍ମାଣ କରିଛନ୍ତି । ତାଙ୍କ ଦ୍ୱାରା ନିର୍ମିତ ୧୦ସେଣ୍ଟିମିଟର ଓ ୩.୫ ସେଣ୍ଟିମିଟର ଉଚ୍ଚତାର ଦୁଇଟି ରଥ ବେଶ ଆକର୍ଷଣ ପାଲଟିଛି ।

[caption id="attachment_746197" align="aligncenter" width="650"] ରୋହନଙ୍କ ଦ୍ୱାରା ନିର୍ମିତ କୁନି ରଥ ।[/caption]

ଏନେଇ ରୋହନ କହିଛନ୍ତି, ମହାପ୍ରଭୁଙ୍କୁ ବହୁତ ଭଲ ପାଏ । ସ୍ନାନପୂର୍ଣ୍ଣିମାଠୁ ଚନ୍ଦନ ଯାତ୍ରା ପର୍ଯ୍ୟନ୍ତ ତାଙ୍କର ସମସ୍ତ ନୀତି ସବୁ ଆମ ଘରେ ପାଳିତ ହୁଏ। ୪ ବର୍ଷ ବୟସରୁ ରଥ ତିଆରି ଆରମ୍ଭ କରିଛି। ପେପର ଆର୍ଟ, ବାଲୁକା କଳା, ମାଟିରେ ବି ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରିପାରେ। ନିଜ ହାତରେ ଜଗନ୍ନାଥଙ୍କ ନାକଚଣା, ଟାହିଆ, ଅଧରମାଳା କରେ। ଆଜି ଦିଆସିଲି କାଠି ଓ କାଗଜରେ  ସବୁଠୁ ଛୋଟ ରଥ କରିବାକୁ ଚେଷ୍ଟା କରିଛି। ପ୍ରଥମ ଥର ପାଇଁ ବଡ଼ ରଥ ବି କରିଛି। ଗାଁ ଲୋକେ ଯୋଗଦାନ କରି ରଥ ଟାଣିଛନ୍ତି।

ପରିବାରର ଆର୍ଥିକ ଅବସ୍ଥା ସେତେ ଭଲ ନଥିଲେ ମଧ୍ୟ ପୁଅର ଆଗ୍ରହ ଦେଖି ବାପା ମା’ ଓ ଜେଜେ ମା ସମସ୍ତେ ତାଙ୍କୁ ସହଯୋଗ କରିଥାନ୍ତି । ରୋହନଙ୍କ ଦ୍ୱାରା ଅନୁଷ୍ଠିତ ରଥଯାତ୍ରାରେ ଗାଁଲୋକେ ବେଶ ଆନନ୍ଦ ଉଲ୍ଲାସର ସାମିଲ ହୋଇଥାନ୍ତି । ରୋହନଙ୍କ ଜଗନ୍ନାଥ ପ୍ରେମ ତାଙ୍କ ଗାଁଲୋକଙ୍କୁ ଗର୍ବିତ କରିଛି ।

https://youtu.be/bV7_tbHTcaI

 

Related story