ବର୍ଷକରେ ମରିଛନ୍ତି ୧୬୦ ନକ୍ସଲ, ୧୩ ଟପ୍‌ ନେତାଙ୍କ ମୁଣ୍ଡ ନେଇଛି କରୋନା

ମାଲାକାନଗିରି (ଜିତେନ୍ଦ୍ର ବେଉରା): ଗତ ବର୍ଷକ ଭିତରେ ୧୬୦ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିବା ବେଳେ କିଛି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ନକ୍ସଲ ସଂଗଠନର ସେଣ୍ଟ୍ରାଲ କମିଟି ପକ୍ଷରୁ ଏକ ପ୍ରେସ୍‌ ରିଲିଜ୍ ଜାରି କରି ଏହି ସୂଚନା ଦିଆଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ କରୋନାରେ ଆକ୍ରାନ୍ତ ହୋଇ ୧୩ ଜଣ ଟପ୍ ନକ୍ସଲଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ନକ୍ସଲ ନେତା […]

naxal

Jitendra Garnayak
  • Published: Sunday, 04 July 2021
  • , Updated: 04 July 2021, 01:04 PM IST

ମାଲାକାନଗିରି (ଜିତେନ୍ଦ୍ର ବେଉରା): ଗତ ବର୍ଷକ ଭିତରେ ୧୬୦ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିବା ବେଳେ କିଛି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ନକ୍ସଲ ସଂଗଠନର ସେଣ୍ଟ୍ରାଲ କମିଟି ପକ୍ଷରୁ ଏକ ପ୍ରେସ୍‌ ରିଲିଜ୍ ଜାରି କରି ଏହି ସୂଚନା ଦିଆଯାଇଛି।

ଏଥିରେ ଉଲ୍ଲେଖ କରାଯାଇଛି ଯେ କରୋନାରେ ଆକ୍ରାନ୍ତ ହୋଇ ୧୩ ଜଣ ଟପ୍ ନକ୍ସଲଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ନକ୍ସଲ ନେତା ହରିଭୂଷଣ ମଧ୍ୟ ଅଛନ୍ତି। ସେ ସେଣ୍ଟ୍ରାଲ କମିଟିର ସଦସ୍ୟ ଥିଲା। ତାଙ୍କ ନାଁରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା।

ଏହି ପ୍ରେସ୍ ରିଲିଜ୍‌ରେ ପ୍ରଦତ୍ତ ତଥ୍ୟ ଅନୁସାରେ ଏହି ୧୬୦ ମୃତକଙ୍କ ମଧ୍ୟରୁ ସବୁଠୁ ଅଧିକ ମରିଥିଲେ ଦଣ୍ଡକାରଣ୍ୟରେ। ପୁଲିସ୍‌ ଏନ୍‌କାଉଣ୍ଟରରେ ଏଠାରେ ୧୦୧ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା।

ସେହିଭଳି ଓଡ଼ିଶାରେ ୧୪ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ଓଡ଼ିଶା-ଆନ୍ଧ୍ର ସୀମାରେ ୧୧, ତେଲେଙ୍ଗାନାରେ ୧୪, ବିହାର-ଝାଡ଼ଖଣ୍ଡରେ ୧୧, ଏମ୍‌ଏମ୍‌ସିରେ ୮ ଓ ପଶ୍ଚିମ ଘାଟିରେ ପୁଲିସ୍ ଏନ୍‌କାଉଣ୍ଟରରେ ଜଣଙ୍କ ମୃତ୍ୟୁ ଘଟିଛି।

ମୃତ ୧୬୦ ନକ୍ସଲଙ୍କ ମଧ୍ୟରେ ୩୦ ଜଣ ମହିଳା ମଧ୍ୟ ରହିଥିବା ସେଣ୍ଟ୍ରାଲ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Related story