ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାରୁ ଆରୋଗ୍ୟ ହେଲେ ୧୬୭୩ ଜଣ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୩୬୪୭୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
https://twitter.com/HFWOdisha/status/1293551446659457025?s=20
ଆଜି ଆରୋଗ୍ୟ ହୋଇଥିବା ଆକ୍ରାନ୍ତଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୮୯ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୭୭, ସୁନ୍ଦରଗଡ଼ରୁ ୧୬୩, କଟକରୁ ୧୨୬, କୋରାପୁଟରୁ ୧୨୦, ପୁରୀରୁ ୧୦୦, ସମ୍ୱଲପୁରରୁ ୬୧, ବରଗଡ଼ରୁ ୫୦, କେନ୍ଦୁଝରରୁ ୪୭, ରାୟଗଡ଼ାରୁ ୪୭, କନ୍ଧମାଳରୁ ୪୬, ନୟାଗଡ଼ରୁ ୩୫, ଯାଜପୁରରୁ ୩୪, ଗଜପତିରୁ ୩୩, କେନ୍ଦ୍ରାପଡ଼ାରୁ ୩୧, ବାଲେଶ୍ୱରରୁ ୩୦, ମାଲକାନଗିରିରୁ ୨୮, ଭଦ୍ରକରୁ ୨୬, ମୟୂରଭଞ୍ଜରୁ ୨୫, ଢେଙ୍କାନାଳରୁ ୨୪, କଳାହାଣ୍ଡିରୁ ୨୧, ବଲାଙ୍ଗିରିରୁ ୧୫, ସୋନପୁରରୁ ୧୪, ନବରଙ୍ଗପୁରରୁ ୧୧, ଜଗତସିଂହପୁରରୁ ୮, ଝାରସୁଗୁଡ଼ାରୁ ୬, ଅନୁଗୋଳରୁ ୪; ନୂଆପଡ଼ା ଓ ବୌଦ୍ଧରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।