ରାକ୍ଷୀ ବାନ୍ଧିବାକୁ ଡାକିଥିଲେ ସମ୍ପର୍କୀୟ ଭଉଣୀ! ଆଜି ମିଳିଲା ଭାଇ ମୃତଦେହ

ଚମ୍ପୁଆ (ଦୀପକ କୁମାର ଶତପଥୀ): ରାକ୍ଷୀ ବାନ୍ଧିବା ପାଇଁ ଫୋନ୍‌ କରି ଡାକିଥିଲେ ସମ୍ପର୍କୀୟ ଭଉଣୀ! ଆଉ ଭଉଣୀର ଫୋନ୍‌ କଲ ପାଇ ଧାଇଁ ଯାଇଥିଲାଲେଭାଇ! ହେଲେ ଫେରିନଥିଲେ। ବହୁ ଖୋଜାଖୋଜି ପରେ ଆଜି ମିଳିଲା ଭାଇର କ୍ଷତ ବିକ୍ଷତ ମୃତଦେହ। ଏପରି ଘଟଣା କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅଞ୍ଚଳରେ ଘଟିଛି। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି। ଗୁରୁବାର ଥିଲା ରାକ୍ଷା ବନ୍ଧନ। ସେଥିପାଇଁ ବଲାଣୀ ଡବ୍ଲ୍ୟୁ ହଟିଂ ଗାଁର ସମୀର ରଜ୍ଜକ(17) ବାଲାଗୋଡ଼ା […]

Champua

  • Published: Friday, 12 August 2022
  • , Updated: 12 August 2022, 08:54 PM IST

ଚମ୍ପୁଆ (ଦୀପକ କୁମାର ଶତପଥୀ): ରାକ୍ଷୀ ବାନ୍ଧିବା ପାଇଁ ଫୋନ୍‌ କରି ଡାକିଥିଲେ ସମ୍ପର୍କୀୟ ଭଉଣୀ! ଆଉ ଭଉଣୀର ଫୋନ୍‌ କଲ ପାଇ ଧାଇଁ ଯାଇଥିଲାଲେଭାଇ! ହେଲେ ଫେରିନଥିଲେ। ବହୁ ଖୋଜାଖୋଜି ପରେ ଆଜି ମିଳିଲା ଭାଇର କ୍ଷତ ବିକ୍ଷତ ମୃତଦେହ। ଏପରି ଘଟଣା କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅଞ୍ଚଳରେ ଘଟିଛି। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି।

ଗୁରୁବାର ଥିଲା ରାକ୍ଷା ବନ୍ଧନ। ସେଥିପାଇଁ ବଲାଣୀ ଡବ୍ଲ୍ୟୁ ହଟିଂ ଗାଁର ସମୀର ରଜ୍ଜକ(17) ବାଲାଗୋଡ଼ା ମୁଣ୍ଡା ସାହିକୁ ଯାଇଥିଲେ। ସମ୍ପର୍କୀୟ ଭଉଣୀଙ୍କଠାରୁ ଫୋନ୍‌ କଲ ପାଇ ରାକ୍ଷୀ ବାନ୍ଧିବା ପାଇଁ ସେ ଯାଇଥିବା ଅଭିଯୋଗ ହେଉଛି। ପରେ ସେ ଆଉ ଘରୁ ଫେରିନଥିଲେ। ରାତିରେ ସମୀର ଘରକୁ ନଫେରିବାରୁ ପରିବାର ଲୋକ ଚାରିଆଡେ ଖୋଜି ଥିଲେ। ମାତ୍ର ତାଙ୍କ ପତ୍ତା ମିଳିନଥିଲା। ଏହା ପରେ ପରିବାର ଲୋକ ଏନେଇ ବଲାଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୁଲିସ ତତ୍ପରତା ପ୍ରକାଶ କରିନଥିଲା ପରିବାର ଲୋକ ଅଭିଯୋଗ କରିଛନ୍ତି। ସାମୀରଙ୍କୁ ପୁଲିସ୍‌ ଖୋଜାଖୋଜି କରିନଥିବା ତାଙ୍କ ମା' ତୁଳସୀ ଅଭିଯୋଗ କରିଛନ୍ତି।

ଆଜି ଦିନ ଦ୍ଵି’ପହରରେ ବାଲାଗୋଡ଼ା ମୁଣ୍ଡା ସାହି ଅଞ୍ଚଳରେ ନିର୍ମାଣାଧୀନ ଏକ କୋଠା ଘର ପିଲର ପାଖରେ ସମୀରଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏନେଇ ବଲାଣୀ ଥାନାକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି। ଏହି ଘଟଣାରେ ପୁଲିସ ୪ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି।

Related story