୧୮ ଜିଲ୍ଲାରୁ ଚିହ୍ନଟ ହେଲେ ୧୭୪ ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୭୪ କରୋନା ଆକ୍ରାନ୍ତ ।  ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଗତକାଲି ଗଜପତି ଜିଲ୍ଲାରୁ ସର୍ବାଧିକ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସ୍ଥାନରେ ରହିଛି ଗଞ୍ଜାମ। ଏହି ଜିଲ୍ଲାରୁ ସର୍ବାଧିକ ୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।   COVID-19 REPORT FOR 17th JUNE New positive cases: 174 In quarantine: 146 Local […]

COrona-7-(1)

Niharika Rout
  • Published: Thursday, 18 June 2020
  • , Updated: 18 June 2020, 11:08 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୭୪ କରୋନା ଆକ୍ରାନ୍ତ ।  ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଗତକାଲି ଗଜପତି ଜିଲ୍ଲାରୁ ସର୍ବାଧିକ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସ୍ଥାନରେ ରହିଛି ଗଞ୍ଜାମ। ଏହି ଜିଲ୍ଲାରୁ ସର୍ବାଧିକ ୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

୧୭୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୧୪୬ ଓ  ୨୮ଟି ଲୋକାଲ୍ କେସ୍ ଥିବା ଜଣାଯାଇଛି। ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫୧୨ରେ ପହଞ୍ଚିଛି। ସେଥିମଧ୍ୟରୁ ୩୦୪୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୪୫୧ ଜଣ ଚିକିତ୍ସାଧୀନ ଅଛନ୍ତି।

୧୭୪ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ବାଲେଶ୍ୱରରୁ ୩୪, ପୁରୀରୁ ୧୬, ଖୋର୍ଦ୍ଧାରୁ ୧୦, ଯାଜପୁରରୁ ୯ , ନବରଙ୍ଗପୁର ଓ  କେନ୍ଦ୍ରାପଡ଼ାରୁ ୭ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡି ଓ କୋରାପୁଟରୁ ୬ ଜଣ ଲେଖା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  କେନ୍ଦୁଝରରୁ ୫, ବରଗଡ଼ରୁ ୪ କରୋନା ପଜିଟିଜ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ କନ୍ଧମାଳ, ଭଦ୍ରକ ଓ, ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧରୁ ୨, ମାଲକାନଗିରି, ନୂଆପଡ଼ା ଓ ବଲାଙ୍ଗିରରୁ ଜଣେ ଲେଖାଏ ପଜିଟିଭ ଚିହ୍ନଟ ହୋଇଛନ୍ତି।

Related story