୧୮ ଦିନରେ ପହଞ୍ଚିଲା ଶିକ୍ଷକଙ୍କ ଆନ୍ଦୋଳନ

ଭୁବନେଶ୍ୱର: ୧୮ ଦିନରେ ପହଞ୍ଚିଛି ଶିକ୍ଷକ ଆନ୍ଦୋଳନ। ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ ଓ ପୂର୍ଣ ଅନୁଦାନ ଦାବିରେ ବିଧାନସଭା ଆଗରେ ଅହୋରାତ୍ର ଗର୍ଜୁଛନ୍ତି ଶିକ୍ଷକ। କିଛି ଶିକ୍ଷକ ସଂଘ, ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ ବି କିଛି ସଂଘ ଏବେ ବି ବିଧାନସଭା ଆଗରେ ଧାରଣା ଦେଇଛନ୍ତି। ଆଉ ଏପଟେ ଶିକ୍ଷକଙ୍କ ଦାବିକୁ ସମର୍ଥନ କରି  ସରକାରଙ୍କ ବିରୋଧରେ ଆଜି ବିଧାନସଭା ଭିତରେ ଗର୍ଜିଛନ୍ତି ବିରୋଧୀ।  ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଥିଲେ। ଉତ୍ତରରେ ବିଭାଗୀୟ […]

teacher

Rakesh Mallick
  • Published: Thursday, 27 August 2015
  • , Updated: 27 August 2015, 02:49 PM IST

ଭୁବନେଶ୍ୱର: ୧୮ ଦିନରେ ପହଞ୍ଚିଛି ଶିକ୍ଷକ ଆନ୍ଦୋଳନ। ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ ଓ ପୂର୍ଣ ଅନୁଦାନ ଦାବିରେ ବିଧାନସଭା ଆଗରେ ଅହୋରାତ୍ର ଗର୍ଜୁଛନ୍ତି ଶିକ୍ଷକ। କିଛି ଶିକ୍ଷକ ସଂଘ, ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ ବି କିଛି ସଂଘ ଏବେ ବି ବିଧାନସଭା ଆଗରେ ଧାରଣା ଦେଇଛନ୍ତି। ଆଉ ଏପଟେ ଶିକ୍ଷକଙ୍କ ଦାବିକୁ ସମର୍ଥନ କରି  ସରକାରଙ୍କ ବିରୋଧରେ ଆଜି ବିଧାନସଭା ଭିତରେ ଗର୍ଜିଛନ୍ତି ବିରୋଧୀ।  ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଥିଲେ। ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଥିଲେ ସମସ୍ୟା ସମାଧାନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଛି। କମିଟିର ସୁପାରିଶକୁ ଆଧାର କରି ସରକାର ପଦକ୍ଷେପ ନେବେ।

ସୂଚନାଯୋଗ୍ୟ, ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ନେତୃତ୍ୱ ଏହି କମିଟି ଗଠନ କରାଯାଇଛି। ତେବେ ଆନ୍ଦୋଳନରତ ଶିକ୍ଷକମାନେ କହିଛନ୍ତି ଯେ ଦାବି ପୂରଣ ନ ହେଲା ଯାଏଁ ସେମାନେ ଧାରଣାରେ ବସି ରହିବେ।

Related story