ଦିଲ୍ଲୀରେ ନିଖୋଜ କେନ୍ଦୁଝରର ୧୮ ଶିଶୁ ଶ୍ରମିକ ଉଦ୍ଧାର

କେନ୍ଦୁଝର: ନୂଆଦିଲ୍ଲୀରେ ନିଖୋଜ ଥିବା କେନ୍ଦୁଝର ଜିଲ୍ଲାର ୧୮ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ୍‌। ସେମାନଙ୍କ ମଧ୍ୟରେ ୧୫ଜଣ ଝିଅ ଓ ୩ ଜଣ ପୁଅ ଅଛନ୍ତି। ୮ ମାସ ତଳେ  ୨ ଜଣ ଦଲାଲ କେନ୍ଦୁଝର ନିପ୍ପୋ ଗାଁର ଏହି ପିଲାମାନଙ୍କୁ ଭୁବନେଶ୍ୱରରେ କାମ ଦେବାକୁ କହି ଦିଲ୍ଲୀ ନେଇଯାଇଥିଲା। ଏନେଇ ପିଲାମାନଙ୍କ ପରିବାର ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଜିଲ୍ଲା ପ୍ରଶାସନ,ଚାଇଲଡ୍‌ ଲାଇନ୍‌ ଓ ପୋଲିସର ମିଳିତ ଉଦ୍ୟମ କ୍ରମେ ପିଲାମାନଙ୍କୁ  ଉଦ୍ଧାର କରାଯାଇଛି।  ଦିଲ୍ଲୀରେ […]

childlabour

Rakesh Mallick
  • Published: Tuesday, 04 April 2017
  • , Updated: 04 April 2017, 12:11 PM IST

କେନ୍ଦୁଝର: ନୂଆଦିଲ୍ଲୀରେ ନିଖୋଜ ଥିବା କେନ୍ଦୁଝର ଜିଲ୍ଲାର ୧୮ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ୍‌। ସେମାନଙ୍କ ମଧ୍ୟରେ ୧୫ଜଣ ଝିଅ ଓ ୩ ଜଣ ପୁଅ ଅଛନ୍ତି। ୮ ମାସ ତଳେ  ୨ ଜଣ ଦଲାଲ କେନ୍ଦୁଝର ନିପ୍ପୋ ଗାଁର ଏହି ପିଲାମାନଙ୍କୁ ଭୁବନେଶ୍ୱରରେ କାମ ଦେବାକୁ କହି ଦିଲ୍ଲୀ ନେଇଯାଇଥିଲା। ଏନେଇ ପିଲାମାନଙ୍କ ପରିବାର ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଜିଲ୍ଲା ପ୍ରଶାସନ,ଚାଇଲଡ୍‌ ଲାଇନ୍‌ ଓ ପୋଲିସର ମିଳିତ ଉଦ୍ୟମ କ୍ରମେ ପିଲାମାନଙ୍କୁ  ଉଦ୍ଧାର କରାଯାଇଛି।  ଦିଲ୍ଲୀରେ ସେମାନଙ୍କୁ ଘରୋଇ କାମରେ ନିୟୋଜିତ କରାଯାଇଥିଲା ଜଣାପଡ଼ିଛି।

Related story