୧୮ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌

ବଲାଙ୍ଗିର (ମନୋରଞ୍ଜନ ଯୋଷୀ): ଏକ ହତ୍ୟା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ବଲାଙ୍ଗିର ଜିଲ୍ଲା ଓ ଦୌରା ଜଜ୍ ମାମଲାକୁ ବିଚାର କରି ୧୮ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତକରି ଆଜୀବନ ଜେଲଦାଣ୍ଡାଦେଶ ଶୁଣାଇଛନ୍ତି। ୧୩ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ବିଚାରପତି ଏହି ରାୟ ଶୁଣାଇଛନ୍ତି। ବଲାଙ୍ଗିର ସଦର ଥାନା ସଲତରପାଲିରେ ଚାପଧାରୀ ଜାଲ ଓ ବିପିନ୍‌ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ଏହା ଉଗ୍ର ରୂପ ଧାରଣ କରିଥିଲା। ୨୦୧୧ ଜୁଲାଇ ୫ […]

life time impresement

Rakesh Mallick
  • Published: Wednesday, 04 July 2018
  • , Updated: 04 July 2018, 04:02 PM IST

ବଲାଙ୍ଗିର (ମନୋରଞ୍ଜନ ଯୋଷୀ): ଏକ ହତ୍ୟା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ବଲାଙ୍ଗିର ଜିଲ୍ଲା ଓ ଦୌରା ଜଜ୍ ମାମଲାକୁ ବିଚାର କରି ୧୮ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତକରି ଆଜୀବନ ଜେଲଦାଣ୍ଡାଦେଶ ଶୁଣାଇଛନ୍ତି। ୧୩ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ବିଚାରପତି ଏହି ରାୟ ଶୁଣାଇଛନ୍ତି।

ବଲାଙ୍ଗିର ସଦର ଥାନା ସଲତରପାଲିରେ ଚାପଧାରୀ ଜାଲ ଓ ବିପିନ୍‌ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ଏହା ଉଗ୍ର ରୂପ ଧାରଣ କରିଥିଲା। ୨୦୧୧ ଜୁଲାଇ ୫ ତାରିଖରେ ଚାପଧାରୀଙ୍କୁ ଘରୁ ଡାକି ନେଇ ୧୯ ଜଣ ଅଭିଯୁକ୍ତ ମିଶି ପିଟିପିଟି ହତ୍ୟା କରିଥିଲେ। ପରେ ଏହାକୁ ଆତ୍ମହତ୍ୟାର ରୂପ ଦେଇଥିଲେ। ବଲାଙ୍ଗିର ଜିଲ୍ଲା ଓ ଦୌରା ଜଜ୍ ମାମାଲାକୁ ବିଚାର କରି ୧୯ ଅଭିଯୁକ୍ତଙ୍କ ମଧ୍ୟରୁ ୧୮ ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଯାଇଛି।

Related story