ବଜାରରେ ଫାଇନ୍‌ କାଟୁଥିଲେ, ପଜିଟିଭ ଚିହ୍ନଟ ହେଲେ ତହସିଲ କର୍ମଚାରୀ

ଆଠଗଡ଼(ନୀଳକଣ୍ଠ ଦୋରା): ଆଠଗଡ଼ ତହସିଲର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଏବେ ଆତଙ୍କ ଖେଳାଇଛି କରୋନା। ଆଠଗଡ ଉପଜିଲ୍ଲାପାଳଙ୍କ ଅଫିସରୁ ୪ଜଣ ଓ ତହସିଲ ଅଫିସରୁ ୬ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ସହରରେ କୋକୁଆ ଭୟ ଖେଳିଯାଇଛି। ସରକାରୀ କର୍ମଚାରୀ ସ୍ୱାବ ଦେଇ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ନ ରହି ବଜାରରେ ବୁଲୁଥିବାରୁ ସେମାନଙ୍କ ଏପରି ଦାୟିତ୍ୱହୀନ କାମକୁ ସାଧାରଣ ଲୋକେ ତୀବ ସମାଲୋଚନା କରୁଛନ୍ତି। ସୂଚନାଯୋଗ୍ୟ, ଆଠଗଡ଼ ତହସିଲ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ସ୍ୱାବ ପରୀକ୍ଷା […]

covid1-fb

Niharika Rout
  • Published: Friday, 07 August 2020
  • , Updated: 07 August 2020, 12:37 PM IST

ଆଠଗଡ଼(ନୀଳକଣ୍ଠ ଦୋରା): ଆଠଗଡ଼ ତହସିଲର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଏବେ ଆତଙ୍କ ଖେଳାଇଛି କରୋନା। ଆଠଗଡ ଉପଜିଲ୍ଲାପାଳଙ୍କ ଅଫିସରୁ ୪ଜଣ ଓ ତହସିଲ ଅଫିସରୁ ୬ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ସହରରେ କୋକୁଆ ଭୟ ଖେଳିଯାଇଛି। ସରକାରୀ କର୍ମଚାରୀ ସ୍ୱାବ ଦେଇ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ନ ରହି ବଜାରରେ ବୁଲୁଥିବାରୁ ସେମାନଙ୍କ ଏପରି ଦାୟିତ୍ୱହୀନ କାମକୁ ସାଧାରଣ ଲୋକେ ତୀବ ସମାଲୋଚନା କରୁଛନ୍ତି।

ସୂଚନାଯୋଗ୍ୟ, ଆଠଗଡ଼ ତହସିଲ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ସ୍ୱାବ ପରୀକ୍ଷା ପାଇଁ ନିଆଯାଇଥିବା ବେଳେ ତାଙ୍କୁ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଥିଲା। ମାତ୍ର ସେ ହୋମ୍ କ୍ୱାରେଣ୍ଟାଇନ୍‌ରେ ନ ରହି ଆଠଗଡ ତହସିଲଦାର ଓ ପୁଲିସ୍‌ ସହ ମିଶି ବଜାରରେ ଫାଇନ୍‌ କାଟୁଥିଲେ। ଏହାପରେ ରିପୋର୍ଟ ପଜିଟିଭ୍  ଆସିବା ପରେ ସମ୍ପୃକ୍ତ କର୍ମଚାରୀଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଗତକାଲି ସନ୍ଧ୍ୟାରେ ସମ୍ପୃକ୍ତ କର୍ମଚାରୀ ଦୋକାନ ଦୋକାନ ବୁଲି ମାସ୍କ ନ ପିନ୍ଧିବା ପାଇଁ ଫାଇନ୍‌ କାଟୁଥିବା ବେଳେ ନିଜେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏପରି ଘଟଣାକୁ ନେଇ ଦୋକାନୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ଏହି ଘଟଣା ପରେ  ଆଠଗଡ ଉପଜିଲ୍ଲାପାଳଙ୍କ ଅଫିସ  ଓ ତହସିଲ କାର୍ଯ୍ୟାଳୟକୁ ସାନିଟାଇଜ କରାଯିବା ସହ ଉଭୟ ଅଫିସକୁ ୩ ଦିନ ପର୍ଯ୍ୟନ୍ତ ଶଟଡାଉନ୍‌ ଘୋଷଣା କରିଛନ୍ତି ଆଠଗଡ ଉପଜିଲ୍ଲାପାଳ ।

Related story