ଇସ୍ରୋ ଦେଉଛି ଖବର, ଜବତ ହେଲାଣି ୧୦୫୪ କୁଇଣ୍ଟାଲ ଗଞ୍ଜେଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ଆରମ୍ଭରୁ ସେପ୍ଟେମ୍ବର ମଧ୍ୟରେ ୧୦୫୪ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇ ସାରିଲାଣି।। ପ୍ରେସମିଟ୍‌ରେ ଏନେଇ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ପୁଲିସ୍‌ ମହାନିର୍ଦ୍ଦେଶକ ଅଭୟ। ଅପରପକ୍ଷେ ଗଞ୍ଜେଇ ଧରିବାରେ ଇସ୍ରୋ ସାହାଯ୍ୟ କରୁଥିବା ବେଳେ ପୂର୍ବ ବର୍ଷ ତୁଳନାରେ ଏବେ ଅଧିକ ପରିମାଣର ଗଞ୍ଜେଇ ଜବତ ହୋଇପାରୁଥିବା କହିଛନ୍ତି ପୁଲିସ୍‌ ମହାନିର୍ଦ୍ଦେଶକ। ପୁଲିସ୍‌ ମହାନିର୍ଦ୍ଦେଶକ ଦେଇଥିବା ସୂଚନା ଅନୁଯାୟୀ, ଗତ ୧୦ ବର୍ଷର ଡାଟା ଦେଖିଲେ ବର୍ଷକୁ ହାରାହାରି ୩୧୨ କୁଇଣ୍ଟାଲ ଗଞ୍ଜେଇ […]

ganja

Niharika Rout
  • Published: Tuesday, 13 October 2020
  • , Updated: 13 October 2020, 01:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ଆରମ୍ଭରୁ ସେପ୍ଟେମ୍ବର ମଧ୍ୟରେ ୧୦୫୪ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇ ସାରିଲାଣି।। ପ୍ରେସମିଟ୍‌ରେ ଏନେଇ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ପୁଲିସ୍‌ ମହାନିର୍ଦ୍ଦେଶକ ଅଭୟ। ଅପରପକ୍ଷେ ଗଞ୍ଜେଇ ଧରିବାରେ ଇସ୍ରୋ ସାହାଯ୍ୟ କରୁଥିବା ବେଳେ ପୂର୍ବ ବର୍ଷ ତୁଳନାରେ ଏବେ ଅଧିକ ପରିମାଣର ଗଞ୍ଜେଇ ଜବତ ହୋଇପାରୁଥିବା କହିଛନ୍ତି ପୁଲିସ୍‌ ମହାନିର୍ଦ୍ଦେଶକ।

ପୁଲିସ୍‌ ମହାନିର୍ଦ୍ଦେଶକ ଦେଇଥିବା ସୂଚନା ଅନୁଯାୟୀ, ଗତ ୧୦ ବର୍ଷର ଡାଟା ଦେଖିଲେ ବର୍ଷକୁ ହାରାହାରି ୩୧୨ କୁଇଣ୍ଟାଲ ଗଞ୍ଜେଇ ସିଜ୍ ହୋଇଛି।  ଗତ ୫ ବର୍ଷର ହାରାହାରି ରିପୋର୍ଟ ଦେଖିଲେ ବର୍ଷକୁ ୪୧୪ କୁଇଣ୍ଟାଲ ଗଞ୍ଜେଇ ସିଜ୍ ହୋଇଛି।  କିନ୍ତୁ ଚଳିତ ବର୍ଷ ସେପ୍ଟେମ୍ବର ମଧ୍ୟରେ ୧୦୫୪ କୁଇଣ୍ଟାଲ ସିଜ୍ ହୋଇଛି।

କୋରାପୁଟରୁ ୪୧୩ କୁଇଣ୍ଟାଲ, ମାଲକାନଗିରିରୁ ୨୪୦ କୁଇଣ୍ଟାଲ ଓ  ଗଜପତି ଜିଲ୍ଲାରୁ ୧୨୬ କୁଇଣ୍ଟାଲ ଗଞ୍ଜେଇ ସିଜ୍ ହୋଇଛି। ଏପରି ସଫଳତା ପାଇଁ ୩ ଜିଲ୍ଲାର ଏସ୍‌ପିଙ୍କୁ ଡିଜିପିଙ୍କ ପକ୍ଷରୁ ପ୍ରଶଂସା ପତ୍ର ପଠାଯାଇଛି।

ଏହାବ୍ୟତୀତ ପୁଲିସ୍‌  ମହାନିର୍ଦ୍ଦେଶକ କହିଛନ୍ତି,  ଗଞ୍ଜେଇ ପରି ନିଶା ଦ୍ରବ୍ୟ ଧରିବାରେ ବହୁ ମାତ୍ରାରେ ସାହାଯ୍ୟ କରୁଛି ଇସ୍ରୋ ।  କେଉଁଠି ଚାଷ ହେଉଛି ଇସ୍ରୋ ସାଟେଲାଇଟ୍ ସେ ସମ୍ପର୍କରେ ତଥ୍ୟ ଦେଉଛି।  ତେବେ ଗଞ୍ଜେଇ ଅପେକ୍ଷା ଅଫିମ ଚାଷକୁ ଅପେକ୍ଷାକୃତ ଭଲ ଠାବ କରୁଛି ଇସ୍ରୋ।

ଗଞ୍ଜେଇ ଚାଷ ସମ୍ପର୍କୀତ ସଠିକ ତଥ୍ୟ କିଭଳି ଖୁବ୍‌ ଶୀଘ୍ର ପହଞ୍ଚି ପାରିବ, ତା’ ହେଲେ ଏପରି ନିଶା ଦ୍ରବ୍ୟ ଚାଲାଣ ହେବାକୁ ବହୁ ମାତ୍ରାରେ ରୋକାଯାଇ ପାରିବ, ସେଥି ନିମନ୍ତେ ଉଦ୍ୟମ  ଚାଲିଛି ବୋଲି ପ୍ରେସମିଟ୍‌ରେ ପୁଲିସ୍‌ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି।

Related story