ମଦ ଚାଲାଣ କରି ବନ୍ଧା ହେଲେ ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀ

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ବେଆଇନ ମଦ ଚାଲାଣ ଅଭିଯୋଗରେ ବନ୍ଧା ହୋଇଛନ୍ତି ମୁରିବାହାଲ ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀ। ସେମାନଙ୍କ ନିକଟରୁ ୧୦ ଟି ମଦ ପାଉଚ ଓ ୨ ଲିଟର  ଦେଶୀ ରନ୍ଧା ମଦ ଜବତ ହୋଇଛି।  ପୁଲିସ୍‌ ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀଙ୍କ ସମେତ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏପରି ଘଟଣା ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗିରଫଦ୍ୱୟ ହେଲେ ମୁରିବାହାଲ ବ୍ଲକ ଉପାଧ୍ୟକ୍ଷା […]

mada

Niharika Rout
  • Published: Wednesday, 24 June 2020
  • , Updated: 24 June 2020, 11:54 AM IST

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ବେଆଇନ ମଦ ଚାଲାଣ ଅଭିଯୋଗରେ ବନ୍ଧା ହୋଇଛନ୍ତି ମୁରିବାହାଲ ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀ। ସେମାନଙ୍କ ନିକଟରୁ ୧୦ ଟି ମଦ ପାଉଚ ଓ ୨ ଲିଟର  ଦେଶୀ ରନ୍ଧା ମଦ ଜବତ ହୋଇଛି।  ପୁଲିସ୍‌ ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀଙ୍କ ସମେତ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏପରି ଘଟଣା ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗିରଫଦ୍ୱୟ ହେଲେ ମୁରିବାହାଲ ବ୍ଲକ ଉପାଧ୍ୟକ୍ଷା ସୁନ୍ଦରମତି ବାଗଙ୍କ ସ୍ୱାମୀ ଜୟକୃଷ୍ଣ ବାଗ ଓ ତାଙ୍କ ସହଯୋଗୀ ରାଧାକାନ୍ତ ସାହୁ ।

ସୂଚନାଯୋଗ୍ୟ ଯେ ଗତ କାଲି  ଏକ ନମ୍ବର ବିହୀନ ସ୍କୁଟିରେ ବେଆଇନ ଦେଶୀ ରନ୍ଧା ମଦ ଚାଲାଣ ହେଉଥିବା  ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ୍‌ ସ୍କୁଟିର ପିଛା କରିଥିଲା। ମୁରିବାହାଲ ବ୍ଲକ ଅଫିସ ସମ୍ମୁଖରେ ସ୍କୁଟିକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବାରୁ ଡିକିରୁ ୧୦ଟି  ମଦ ପାଉଚ ଓ ୨ଲିଟର ଦେଶୀ ରନ୍ଧା ମଦ ବାହାରିଥିଲା ।

ବେଆଇନ ମଦ ଚାଲାଣକାରୀ  ଜୟକୃଷ୍ଣ ବାଗ  ଓ  ରାଧାକାନ୍ତଙ୍କୁ ପୁଲିସ୍‌ ପଚରାଉଚରା କରିବାରୁ କୌଣସି ଲାଇସେନ୍ସ ନ ଥାଇ ସେମାନେ ମଦ ଚାଲାଣ କରୁଥିବା ଜଣାପଡିଥିଲା ।  ଦୁଇ ଅଭିଯୁକ୍ତଙ୍କୁ ମୁରିବାହାଲ ଜେଏମଏଫସି କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମାଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି ।

Related story