ଚୋରା ବନ୍ଧୁକ, ଗୁଳି ଡିଲ୍‌ ପାଇଁ ଆସିଥିଲେ, ଧରା ପଡ଼ିଗଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରୁ ଜବତ ହୋଇଛି ଚୋରା ବନ୍ଧୁକ, ଗୁଳି। କାର୍‌ରେ ଡିଲ୍ ପାଇଁ ଆସିଥିବା ବେଳେ ଗତକାଲି ସନ୍ଧ୍ୟାରେ  କଳ୍ପନା ଛକରୁ ଧରିଲା କ୍ରାଇମବ୍ରାଞ୍ଚ। ଏଥିରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ରହିଛନ୍ତି । ଦୁଇ ପୁରୁଷଙ୍କ ଘର କେନ୍ଦ୍ରାପଡ଼ାରେ ସେମାନେ ହେଲେ ରାଜେନ୍ଦ୍ର ସାହୁ ଏବଂ ଗୌରାଙ୍ଗ ଜେନା । ଗିରଫ ମହିଳାଜଣକ ପୁରୀ ଜିଲ୍ଲା ନିମାପଡ଼ାର […]

bbsr-1

Tapaswini Nayak
  • Published: Friday, 25 September 2020
  • , Updated: 25 September 2020, 02:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରୁ ଜବତ ହୋଇଛି ଚୋରା ବନ୍ଧୁକ, ଗୁଳି। କାର୍‌ରେ ଡିଲ୍ ପାଇଁ ଆସିଥିବା ବେଳେ ଗତକାଲି ସନ୍ଧ୍ୟାରେ  କଳ୍ପନା ଛକରୁ ଧରିଲା କ୍ରାଇମବ୍ରାଞ୍ଚ। ଏଥିରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ ଗିରଫ କରିଛି।

ଗିରଫଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ରହିଛନ୍ତି । ଦୁଇ ପୁରୁଷଙ୍କ ଘର କେନ୍ଦ୍ରାପଡ଼ାରେ ସେମାନେ ହେଲେ ରାଜେନ୍ଦ୍ର ସାହୁ ଏବଂ ଗୌରାଙ୍ଗ ଜେନା । ଗିରଫ ମହିଳାଜଣକ ପୁରୀ ଜିଲ୍ଲା ନିମାପଡ଼ାର ଜ୍ୟୋଷ୍ଣାରାଣୀ ଦାସ ବୋଲି ଜଣାପଡ଼ିଛି।

ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଦେଶୀ ନାଇନ୍ ଏମ୍ଏମ୍ ପିସ୍ତଲ, ୪ ଗୁଳି ଏବଂ ଅନ୍ୟ ମାରଣାସ୍ତ୍ର ଓ ଏକ  ସ୍କର୍ପିଓ ଜବତ କରାଯାଇଛି।  ଏନେଇ ବଡ଼ଗଡ଼ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯିବ ।

Related story