ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଦୁଇଟି ସ୍ଥାନରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନ୍ ସୁଗର୍ ଜବତ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଜଣଙ୍କୁ ଚନ୍ଦ୍ରଶେଖର ପୁଲିସ୍ ଗିରଫ କରିଥିବା ବେଳେ ଅନ୍ୟ ଜଣଙ୍କୁ କମିଶନରେଟ୍ ପୁଲିସ୍ର କୁଇକ୍ ଆକ୍ସନ ଟିମ୍ ସହିଦ ନଗର ପୁଲିସ୍ ସହାୟତାରେ ଗିରଫ କରିଛି।
ଚନ୍ଦ୍ରଶେଖରପୁର ପୁଲିସ୍ ଗିରଫ କରିଥିବା ଅଭିଯୁକ୍ତ ଜଣେ ଡିପ୍ଲୋମା ଛାତ୍ର ବୋଲି ଜଣାପଡ଼ିଛି। ତାଙ୍କ ଠାରୁ ୨୪ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରାଯାଇଛି।
ସେହିପରି ସହିଦନଗର ଅଞ୍ଚଳରୁ ୧୦୦ ଗ୍ରାମରୁ ଅଧିକ ବ୍ରାଉନ୍ ସୁଗର୍ ଜବତ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି। କମିଶନରେଟ୍ ପୁଲିସ୍ର କୁଇକ୍ ଆକ୍ସନ ଟିମ୍ ସହିଦ୍ ନଗର ପୁଲିସ୍ ସହାୟତାରେ ଚଢ଼ଉ କରି ଏହି ବ୍ରାଉନ୍ ସୁଗର୍ ଜବତ କରିବା ସହିତ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହି ବ୍ରାଉନ୍ ସୁଗର୍ ବାଲେଶ୍ୱରରୁ ଭୁବନେଶ୍ୱରକୁ ଚାଲାଣ ହୋଇଥିଲା ବୋଲି ଜଣାପଡ଼ିଛି।