କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ୨ ଗିରଫ, ନଖ ଖୋଜୁଛି ବନ ବିଭାଗ

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳର  ବାଘପାଲି ସଂରକ୍ଷିତ ଜଙ୍ଗଲରୁ ଏକ କଲରାପତରିଆ ବାଘ ମୃତଦେହ ଉଦ୍ଧାର ଘଟଣାରେ ୨ଜଣଙ୍କୁ ଗିରଫ କରିଛି ବନବିଭାଗ । ତେବେ ବାଘଟିର ମୃତଦେହରୁ ନଖ ଗାଏବ ହୋଇଯାଇଥିବାରୁ ଏବେ ତାହାକୁ ଖୋଜୁଛି ବନ ବିଭାଗ ଟିମ୍‌। ଗତ ୧୩ ତାରିଖରେ ବାଘପାଲି ସଂରକ୍ଷିତ ଜଙ୍ଗଲରେ ଏକ କଲରା ପତରିଆର ଗଳିତ ମୃତଦେହକୁ ଦେଖିଥିଲେ ସ୍ଥାନୀୟ ଲୋକେ । ଏନେଇ ଉଲୁଣ୍ଡା ବନବିଭାଗର ଅଧିକାରୀ ଖବରପାଇ ବାଘଟିର ମୃତଦେହକୁ ଜବତ […]

leopard

  • Published: Thursday, 15 September 2022
  • , Updated: 15 September 2022, 12:18 PM IST

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳର  ବାଘପାଲି ସଂରକ୍ଷିତ ଜଙ୍ଗଲରୁ ଏକ କଲରାପତରିଆ ବାଘ ମୃତଦେହ ଉଦ୍ଧାର ଘଟଣାରେ ୨ଜଣଙ୍କୁ ଗିରଫ କରିଛି ବନବିଭାଗ । ତେବେ ବାଘଟିର ମୃତଦେହରୁ ନଖ ଗାଏବ ହୋଇଯାଇଥିବାରୁ ଏବେ ତାହାକୁ ଖୋଜୁଛି ବନ ବିଭାଗ ଟିମ୍‌।

ଗତ ୧୩ ତାରିଖରେ ବାଘପାଲି ସଂରକ୍ଷିତ ଜଙ୍ଗଲରେ ଏକ କଲରା ପତରିଆର ଗଳିତ ମୃତଦେହକୁ ଦେଖିଥିଲେ ସ୍ଥାନୀୟ ଲୋକେ । ଏନେଇ ଉଲୁଣ୍ଡା ବନବିଭାଗର ଅଧିକାରୀ ଖବରପାଇ ବାଘଟିର ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ଘଟଣାରେ କୋଟସମଲାଇ ଗାଁର ୨ ଜଣ ସମ୍ପୃକ୍ତ ଥିବା ସନ୍ଦେହ କରି ସେମାନଙ୍କୁ ଗତକାଲି ଅଟକ ରଖିଥିଲା ବନବିଭାଗ । ପଚରାଉଚରା ପରେ ଆଜି ସେମାନଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।

ବନ ବିଭାଗ ସୂଚନା ଅନୁଯାୟୀ, ବାରହା ଶିକାର ପାଇଁ ବିଦ୍ୟୁତ୍‌ ତାର ବିଛାଇଥିଲେ ଅଭିଯୁକ୍ତ। ମାତ୍ର ସେଥିରେ ପଡ଼ି ବାଘଟିର ମୃତ୍ୟୁ ହେବାରୁ ତା’ ନାଖ କାଟିନେଇଗଲେ ଉଭୟ ଅଭିଯୁକ୍ତ।  ସେମାନେ ଉକ୍ତ ନଖ କେଉଁଠି, କାହାକୁ ଓ କେତେ ଟଙ୍କାରେ ବିକ୍ରି ରହିଛନ୍ତି, ଏହା ପଛରେ ରାକେଟ ସକ୍ରିୟ ଅଛି କି ବୋଲି ସନ୍ଦେହ କରି ଘଟଣାର ତଦନ୍ତ କରୁଛି ବନ ବିଭାଗ । ତେଣୁ ଗିରଫ ୨ ଅଭିଯୁକ୍ତଙ୍କ ପରିଚୟ ଗୋପନ ରଖାଯାଇଥିବା ବନ ବିଭାଗ ଅଧିକାରୀ କହିଛନ୍ତି।

କେବଳ ଏହି ଘଟଣା ନୁହେଁ ପର୍ବରୁ ମଧ୍ୟ ଏହି ଅଂଚଳରୁ ଗୋଟିଏ ଦନ୍ତାକୁ ହତ୍ୟାକରି ଦାନ୍ତ ଚୋରୀ କରିଥିଲେ ଶିକାରୀ । ସେହିଭଳି ଏହି ସ୍ଥାନରେ ଗତବର୍ଷ ବାରହା ପାଇଁ ଶିକାରୀ ବିଛାଇ ଥିବା ବିଦ୍ୟୁତ୍‌ ତାରରେ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ତେବେ ଏନେଇ ବନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।

Related story