ବାରହା ଫାସରେ ପଡି ଭଣଜା ମୃତ ଓ ମାମୁ ଗୁରୁତର ଘଟଣାରେ ୨ ଗିରଫ

ବିନିକା(ଓଡ଼ିଶା ରିପୋର୍ଟର): ବାରହା ଫାସରେ ପଡି ଭଣଜା ମୃତ ଓ ମାମୁ ଗୁରୁତର ଘଟଣାରେ ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏଭଳି  ଘଟଣା ଘଟିଛି ସୋନପୁର ଜିଲ୍ଲା ବିନିକା ବ୍ଲକ ଅଞ୍ଚଳରେ ଗତ ୧୦ତାରିଖରେ ଘଟିଥିଲା। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ବିନିକା ଥାନା ସିଲାଟି ଗାଁର ସୁରେଶ ଦୀପ ଏବଂ ଗୁଲୁଣ୍ଡା ଗାଁର ସତ୍ୟ ମିର୍ଦ୍ଧା । ଅଭିଯୋଗ ଅନୁଯାୟୀ, ଗତ ୧୦ ତାରିଖରେ ସିଲାଟି ଗାଁର ଚୋକିଜୋର ନିକଟରେ ବାରାହ […]

arrest

Niharika Rout
  • Published: Saturday, 14 November 2020
  • , Updated: 14 November 2020, 11:12 AM IST

ବିନିକା(ଓଡ଼ିଶା ରିପୋର୍ଟର): ବାରହା ଫାସରେ ପଡି ଭଣଜା ମୃତ ଓ ମାମୁ ଗୁରୁତର ଘଟଣାରେ ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏଭଳି  ଘଟଣା ଘଟିଛି ସୋନପୁର ଜିଲ୍ଲା ବିନିକା ବ୍ଲକ ଅଞ୍ଚଳରେ ଗତ ୧୦ତାରିଖରେ ଘଟିଥିଲା। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ବିନିକା ଥାନା ସିଲାଟି ଗାଁର ସୁରେଶ ଦୀପ ଏବଂ ଗୁଲୁଣ୍ଡା ଗାଁର ସତ୍ୟ ମିର୍ଦ୍ଧା ।

ଅଭିଯୋଗ ଅନୁଯାୟୀ, ଗତ ୧୦ ତାରିଖରେ ସିଲାଟି ଗାଁର ଚୋକିଜୋର ନିକଟରେ ବାରାହ ଶିକାର କରିବା ପାଇଁ ଫାସ ବିଛା ଯାଇଥିଲା । ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯିବାରୁ ସାଲେପାଲି ଗାଁର ତ୍ରିଲୋଚନ ସାଥୁଆଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମାମୁ ସିଲାଟି ଗାଁର ମନୋଜ ବଣିଆ ଗୁରୁତର ହୋଇଥିଲେ।

ଏନେଇ ବିନିକା ପୁଲିସ୍‌ ଖୋଳତାଡ଼ ଜାରି ରଖିଥିଲା । ଏହି ଘଟଣାରେ ଉତ୍ତ୍ୟକ୍ତ ଲୋକେ ବିନିକା କଲେଜ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ I ଶେଷରେ ଏହି ଘଟଣାର ପର୍ଦ୍ଦାଫାସ କରିଛି ବିନିକା ପୁଲିସ୍‌।

Related story