ଓଲଟିଲା କପା ବୋଝେଇ ଟ୍ରାକ୍ଟର, ଆଖି ବୁଜିଲେ ୨

କଲ୍ୟାଣସିଂହପୁର(ମାଉଡ଼ି ବାରିକ):  ଗତକଲି ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅଧୀନ ତ୍ରିକାଳପାଡୁ ନିକଟରେ ଏକ କପା ବୋଝେଇ ଟ୍ରାକ୍ଟର ଓଲଟି ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆଉ ୨ ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ମାଝିଗୁଡ଼ାରୁ ଏକ କପା ବୋଝେଇ ଟ୍ରାକ୍ଟର ବେଲଗମା ଯାଉଥିବା ବେଳେ ତ୍ରିକାଳପାଡୁ ନିକଟରେ  ଓଲଟିପଡ଼ିଥିଲା।  ଉକ୍ତ ସମୟରେ ଟ୍ରାକ୍ଟରରେ ଡ୍ରାଇଭର ଓ ୩  ମହିଳା ହେଲପର ଥିଲେ। ମାତ୍ରଧିକ […]

accc

Niharika Rout
  • Published: Wednesday, 13 January 2021
  • , Updated: 13 January 2021, 08:00 AM IST

କଲ୍ୟାଣସିଂହପୁର(ମାଉଡ଼ି ବାରିକ):  ଗତକଲି ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅଧୀନ ତ୍ରିକାଳପାଡୁ ନିକଟରେ ଏକ କପା ବୋଝେଇ ଟ୍ରାକ୍ଟର ଓଲଟି ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆଉ ୨ ଜଣ ଗୁରୁତର ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ମାଝିଗୁଡ଼ାରୁ ଏକ କପା ବୋଝେଇ ଟ୍ରାକ୍ଟର ବେଲଗମା ଯାଉଥିବା ବେଳେ ତ୍ରିକାଳପାଡୁ ନିକଟରେ  ଓଲଟିପଡ଼ିଥିଲା।  ଉକ୍ତ ସମୟରେ ଟ୍ରାକ୍ଟରରେ ଡ୍ରାଇଭର ଓ ୩  ମହିଳା ହେଲପର ଥିଲେ। ମାତ୍ରଧିକ ଲୋଡ ହେଇଥିବାରୁ ଗାଡ଼ି ଦୁର୍ଘଟଣା଼ଗସ୍ତ ହେଇଥିବା ଅଭିଯୋଗ ହେଇଛି। ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଇଥିବା ବେଳେ ଜଣେ ମହିଳା ଲେବରଙ୍କର ରାୟଗଡ଼ା ଜିଲ୍ଲା ହସ୍ପିଟାଲରେ ମୃତ୍ୟୁ ହେଇଛି । ଅନ୍ୟଦୁଇ ମହିଳା ଲେବର ଗୁରୁତର ଥିବା ବେଳେ  ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କୁ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ କଲ୍ୟାଣସିଂହପୁର ପୁଲିସ୍‌ ପହଞ୍ଚି ତଦନ୍ତ କରୁଛି । ମୃତକଙ୍କ ପରିଚୟ ମିଳିପାରିନାହିଁ। ଏହାପରେ ଗାଡ଼ିଟିକୁ ଜବତ କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

Related story