ବ୍ୟାକ୍‌ କରୁ କରୁ ଟ୍ରାନ୍ସଫର୍ମରରେ ପିଟି ହେଲା ଟ୍ରକ, ଆଖି ବୁଜିଲେ ୨

ବ୍ରହ୍ମପୁର(ଜଗନ୍ନାଥ ସାହୁ) : ଗାଡି ବ୍ୟାକ୍ କଲା ବେଳେ ଟ୍ରାନ୍ସଫର୍ମରକୁ ଧକ୍କା ଦେଲା ମାଛ ବୋଝେଇ ଟ୍ରକ। ଫଳରେ ଏହି ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର, ସୁପରଭାଇଜରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ସୁନାପୁର ମେରାଇନ ଥାନା ଅନନ୍ତରାୟପୁରରେ ଗତ ରାତିରେ ଏପରି ମର୍ମନ୍ତୁଦ ଦୁର୍ଘଟଣା  ଘଟିଯାଇଛି। ସୂଚନା ଅନୁଯାୟୀ, ତାମିଲନାଡୁରୁ ମାଛ ନେବା ଲାଗି ଏହି ଟ୍ରକ ଅନନ୍ତରାୟପୁର ଆସିଥିଲା । ବିଳମ୍ବିତ ରାତିରେ ଗାଡି ବ୍ୟାକ୍ କରିବା ସମୟରେ […]

Accident

Niharika Rout
  • Published: Sunday, 28 March 2021
  • , Updated: 28 March 2021, 09:12 AM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ) : ଗାଡି ବ୍ୟାକ୍ କଲା ବେଳେ ଟ୍ରାନ୍ସଫର୍ମରକୁ ଧକ୍କା ଦେଲା ମାଛ ବୋଝେଇ ଟ୍ରକ। ଫଳରେ ଏହି ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର, ସୁପରଭାଇଜରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ସୁନାପୁର ମେରାଇନ ଥାନା ଅନନ୍ତରାୟପୁରରେ ଗତ ରାତିରେ ଏପରି ମର୍ମନ୍ତୁଦ ଦୁର୍ଘଟଣା  ଘଟିଯାଇଛି।

ସୂଚନା ଅନୁଯାୟୀ, ତାମିଲନାଡୁରୁ ମାଛ ନେବା ଲାଗି ଏହି ଟ୍ରକ ଅନନ୍ତରାୟପୁର ଆସିଥିଲା । ବିଳମ୍ବିତ ରାତିରେ ଗାଡି ବ୍ୟାକ୍ କରିବା ସମୟରେ ଏକ   ଟ୍ରାନ୍ସଫର୍ମରକୁ ଧକ୍କା ଦେଇଥିଲା।  ଫଳରେ ହେଲପରଜଣକ ଜଣକ୍ ବିଦ୍ୟୁତ ଆଘାତ ପାଇ ତଳେ ପଡ଼ିଯାଇଥିଲେ।

ହେଲପରଙ୍କ ଚିତ୍କାର ଶୁଣି ଡ୍ରାଇଭର ଓ ସୁପରଭାଇଜର ଗାଡି ଡୋର ଖୋଲି ତଳକୁ ଆସିବାକୁ ଉଦ୍ୟତ ହେଉଥିଲେ। ମାତ୍ର  ଡୋରକୁ ଧରିବାରୁ ସେମାନଙ୍କୁ ମଧ୍ୟ  ବିଦ୍ୟୁତ ଆଘାତ ଲାଗିଥିଲା। ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ମୃତ୍ୟୁବରଣ କରିଥିଲେ।

ଗ୍ରାମବାସୀ ବିଦ୍ୟୁତ୍‌ ବିଭାଗ ଓ ପୁଲିସ୍‌ ସହାୟତାରେ ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଡ୍ରାଇଭର ଓ ସୁପରଭାଇଜରଙ୍କୁ ମୃତ ଘୋଷଣା କରିଥିଲେ।  ହେଲପରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Related story