ଦୁର୍ଘଟଣାରେ ଆଖି ବୁଜିଲେ ୨ ବାଇକ୍ ଆରୋହୀ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଝରିଗାଁ ବ୍ଲକ ଚିକିଲି ବାମୁଣୀ ନାଳ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ବାଇକ୍‌ ଦୁର୍ଘଟଣା ଘଟିଛି। ଏଥିରେ ଘଟଣାସ୍ଥଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଆଜି ସକାଳେ କିଛି ସ୍ଥାନୀୟ ଲୋକ ନାଳ ନିକଟକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ୨ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଉଭୟ ମୃତକଙ୍କ ସଠିକ୍‌ […]

accident

accident

Niharika Rout
  • Published: Tuesday, 24 November 2020
  • Updated: 24 November 2020, 10:49 AM IST

Sports

Latest News

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଝରିଗାଁ ବ୍ଲକ ଚିକିଲି ବାମୁଣୀ ନାଳ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ବାଇକ୍‌ ଦୁର୍ଘଟଣା ଘଟିଛି। ଏଥିରେ ଘଟଣାସ୍ଥଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ଆଜି ସକାଳେ କିଛି ସ୍ଥାନୀୟ ଲୋକ ନାଳ ନିକଟକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ୨ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଉଭୟ ମୃତକଙ୍କ ସଠିକ୍‌ ପରିଚୟ ମିଳିପାରି ନାହିଁ।

ଘଟଣାସ୍ଥଳରୁ ଗୋଟିଏ ଆଧାର କାର୍ଡ ଓ ଭୋଟ ପରିଚୟ ପତ୍ର ମିଳିଛି। ସେଥିରେ ଜଣଙ୍କ ନାଁ ମୁକୁନ୍ଦା ଜାନି ବୋଲି ଲେଖାଯାଇଥିବା ବେଳେ ଘର ଉମରକୋଟ ବୋଲି ଉଲ୍ଲେଖ ଅଛି। ତେଣୁ ଉଭୟ ସ୍ଥାନୀୟ ଅଞ୍ଚଳର ବୋଲି ଅନୁମାନ କରି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଉଭୟଙ୍କ ପରିବାର ଲୋକଙ୍କ ଖବର ମିଳି ପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos