ବଜ୍ରପାତରେ ଆଖି ବୁଜିଲେ ୨ଜଣ , ୪ ଗୁରୁତର

ବାଙ୍କୀ(ସଞ୍ଜୀପ ମହାନ୍ତି) :  ତୀବ୍ର ଅବପାତ ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ସକାଳୁ ପ୍ରବଳ ବର୍ଷା ଲାଗି ରହିଛି।  କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ମଧ୍ୟ ବର୍ଷା, ଘଡ଼ଘଡ଼ି ଲାଗି  ରହିଥିବା ବେଳେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବଜ୍ରପାତ ଯୋଗୁ ବିଲରେ କାମ କରୁଥିବା ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି। ସୂଚନାଯୋଗ୍ୟ, ଆଜି ସକାଳୁ ବର୍ଷା ଲାଗି ରହିଥିବା ବେଳେ ଦୋଳଣାପୁର ନିକଟରେ ବିଲରେ ୬ ଜଣ […]

light

Niharika Rout
  • Published: Tuesday, 13 October 2020
  • , Updated: 13 October 2020, 11:56 AM IST

ବାଙ୍କୀ(ସଞ୍ଜୀପ ମହାନ୍ତି) :  ତୀବ୍ର ଅବପାତ ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ସକାଳୁ ପ୍ରବଳ ବର୍ଷା ଲାଗି ରହିଛି।  କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ମଧ୍ୟ ବର୍ଷା, ଘଡ଼ଘଡ଼ି ଲାଗି  ରହିଥିବା ବେଳେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବଜ୍ରପାତ ଯୋଗୁ ବିଲରେ କାମ କରୁଥିବା ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି।

ସୂଚନାଯୋଗ୍ୟ, ଆଜି ସକାଳୁ ବର୍ଷା ଲାଗି ରହିଥିବା ବେଳେ ଦୋଳଣାପୁର ନିକଟରେ ବିଲରେ ୬ ଜଣ କାମ କରୁଥିଲେ। ଉକ୍ତ ସମୟରେ ବଜ୍ରପାତ ହେବାରୁ ସମସ୍ତ ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ଉକ୍ତ ସମୟରେ ବଜ୍ରପାତ ମାରିବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ବ୍ୟତୀତ ୪ ଜଣ ଗୁରୁତର ହୋଇ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ବାଙ୍ଗୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।  ବିଲକୁ ଯାଉଥିବାବେଳେ ଦୋଳଣାପୁର ନିକଟରେ ବଜ୍ରପାତ ହେବାରୁ ।

Related story