୨ ଯୁବକଙ୍କୁ ବୀଭତ୍ସ ହତ୍ୟା, ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ୍‌

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟର ୨ଟି ଭିନ୍ନ ଭିନ୍ନ ସ୍ଥାନରୁ ୨ ଯୁବକଙ୍କ ମୃତଦେହ ମିଳିଥିବା ବେଳେ ସେମାନଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଜଣାଯାଇଛି। କଟକ ଜିଲ୍ଲା  ନିର୍ଗୁଣ୍ଡି ପୁରୁଣା ଟୋଲ୍ ଗେଟ୍ ନିକଟରେ ଥିବା ଏକ ହୋଟେଲ ପାର୍ଶ୍ୱରୁ ଏକ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଝାରସୁଗୁଡ଼ା ବେହେରାମାଲରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଭୟଙ୍କୁ ହତ୍ୟା ପରେ ଦୁର୍ବୃତ୍ତ ଫୋପାଡ଼ି ଚାଲି ଯାଇଥିବା ଜଣାଯାଇଛି। କଟକ ଜିଲ୍ଲା ନିର୍ଗୁଣ୍ଡି […]

DeadBody

Niharika Rout
  • Published: Friday, 16 July 2021
  • , Updated: 16 July 2021, 02:18 PM IST

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟର ୨ଟି ଭିନ୍ନ ଭିନ୍ନ ସ୍ଥାନରୁ ୨ ଯୁବକଙ୍କ ମୃତଦେହ ମିଳିଥିବା ବେଳେ ସେମାନଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଜଣାଯାଇଛି। କଟକ ଜିଲ୍ଲା  ନିର୍ଗୁଣ୍ଡି ପୁରୁଣା ଟୋଲ୍ ଗେଟ୍ ନିକଟରେ ଥିବା ଏକ ହୋଟେଲ ପାର୍ଶ୍ୱରୁ ଏକ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଝାରସୁଗୁଡ଼ା ବେହେରାମାଲରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଭୟଙ୍କୁ ହତ୍ୟା ପରେ ଦୁର୍ବୃତ୍ତ ଫୋପାଡ଼ି ଚାଲି ଯାଇଥିବା ଜଣାଯାଇଛି।

କଟକ ଜିଲ୍ଲା ନିର୍ଗୁଣ୍ଡି ପୁରୁଣା ଟୋଲ୍ ଗେଟ୍ ନିକଟରେ ଥିବା ଏକ ହୋଟେଲ ପାର୍ଶ୍ୱରୁ  ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ମୃତକ ହେଲେ ସ୍ଥାନୀୟ ଚୌଦ୍ୱାର ଜେଲ୍ କଲୋନୀର ଅଶୋକ ମହାନ୍ତି ।

ସେ ନିର୍ଗୁଣ୍ଡି ଠାରେ ଥିବା ଏକ ଟ୍ରାନ୍ସପୋର୍ଟ କଂପାନିରେ ୨ବର୍ଷ ହେଲା କାମ କରୁଥିଲେ । ଗତ କାଲି ରାତିରେ ତାଙ୍କୁ ହତ୍ୟା କରାଯାଇଥିବା ସଂଦେହ କରାଯାଉଛି । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।  ପୁଲିସ୍‌ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣା ଘଟଣାର ତଦନ୍ତ କରୁଛି।

ସେହିପରି,  ଝାରସୁଗୁଡ଼ା ବେହେରାମାଲରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଛି ଯୁବକଙ୍କ ମୃତଦେହ ।  ମୃତକ ଜଣକ ସ୍ଥାନୀୟ ପୁରୁଣାବସ୍ତି ଅଞ୍ଚଳର ବିପିନ ସାବତ ବୋଲି ଚିହ୍ନଟ ହୋଇଛନ୍ତି  । ତାଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଛି । ବିପିନଙ୍କୁ ଅତି ବର୍ବରତାର ସହ ହତ୍ୟା କରାଯାଇଛି । ମୃତକଙ୍କ ପାଖରୁ ୭୩ ହଜାର ଟଙ୍କା, ମୋବାଇଲ ପଡ଼ି ରହିଛି।

ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଖୋଲତାଡ଼ କରୁଛି । ଝାରସୁଗୁଡ଼ା ଏସ୍‌ପି , ଏସ୍‌ଡିପିଓ ପହଞ୍ଚି ତଦନ୍ତ କରୁଛନ୍ତି। ମୋବାଇଲ ଅଫ୍‌ ଅଛି। ମୃତକଙ୍କ ପାଖରେ ମୋବାଇଲ, ଟଙ୍କା ପଡ଼ିଥିବାରୁ ଲୁଟ୍‌ପାଟ ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ହୋଇ ନ ଥିବା ଅନୁମାନ କରାଯାଉଛି।

Related story