କ୍ୟାପିଟାଲ ହସ୍ପିଟାଲର ୨ ଡାକ୍ତରଙ୍କୁ କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାକୁ ଲାଗିଥିବା ବେଳେ ଖୋଦ ରାଜଧାନୀରେ ସ୍ଥିତି ସଙ୍ଗିନ ଆଡ଼କୁ ଗତି କରୁଛି। ଆଜି କ୍ୟାପିଟାଲ ହସ୍ପିଟାଲର ୨ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ ଦେଇଥିବା ସୂଚନା ଅନୁଯାୟୀ,  ଜଣେ ଶଲ୍ୟ ଓ ଅନ୍ୟ ଜଣେ ଭେଷଜ ବିଭାଗର ଡାକ୍ତର। ଉକ୍ତ ୨ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କର ଟେଷ୍ଟିଂ କରାଯାଇଛି। ସମସ୍ତେ ନେଗେଟିଭ ଅଛନ୍ତି।  ସେମାନଙ୍କର […]

doctor

Niharika Rout
  • Published: Friday, 09 April 2021
  • , Updated: 09 April 2021, 02:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାକୁ ଲାଗିଥିବା ବେଳେ ଖୋଦ ରାଜଧାନୀରେ ସ୍ଥିତି ସଙ୍ଗିନ ଆଡ଼କୁ ଗତି କରୁଛି। ଆଜି କ୍ୟାପିଟାଲ ହସ୍ପିଟାଲର ୨ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ ଦେଇଥିବା ସୂଚନା ଅନୁଯାୟୀ,  ଜଣେ ଶଲ୍ୟ ଓ ଅନ୍ୟ ଜଣେ ଭେଷଜ ବିଭାଗର ଡାକ୍ତର। ଉକ୍ତ ୨ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କର ଟେଷ୍ଟିଂ କରାଯାଇଛି। ସମସ୍ତେ ନେଗେଟିଭ ଅଛନ୍ତି।  ସେମାନଙ୍କର ପୁଣି ଥରେ RTPCR ଟେଷ୍ଟ କରାଯିବ ବୋଲି  କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି।

ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହର ଆସିବା ପରେ ଆଜି ପ୍ରଥମ ଥର ପାଇଁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଡେଇଁଛି। ସୂଚନା ଓ ଲୋକ ସଂପର୍କ ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୮୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୨୪ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୧୯୨।

Related story