ବୁଡ଼ି ଯାଇଥିବା ୨ ଛାତ୍ରଙ୍କ ଭିତରୁ ଜଣଙ୍କ ମୃତଦେହ ଉଦ୍ଧାର

କଟକ(ଓଡ଼ିଶା ରିପୋର୍ଟର): କୁଆଖାଇରେ ବୁଡ଼ି ଯାଇଥିବା ୨ ନାବାଳକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର। ତାଙ୍କ ନାମ ଆଶୁତୋଷ ପାଲ୍। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ସ୍କୁଲର ସେ ଦଶମ ଶ୍ରେଣୀର ଛାତ୍ର। ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନରେ ତାଙ୍କ ମୃତଦେହ ପାଇଛି। ଆଉ ଜଣଙ୍କୁ ପାଇବା ପାଇଁ ଜାରି ରହିଛି ସର୍ଚ୍ଚ ଅପରେସନ। ଅନ୍ୟ ଜଣକ ରୀତିରଞ୍ଜନ ମାଝୀ। ସୂଚନା ଥିଉକି, ପ୍ରତାପନଗରୀ କୁଆଖାଇ ବ୍ରିଜ ତଳେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିଲା। ୫ […]

student

  • Published: Wednesday, 31 August 2022
  • , Updated: 31 August 2022, 07:54 PM IST

କଟକ(ଓଡ଼ିଶା ରିପୋର୍ଟର): କୁଆଖାଇରେ ବୁଡ଼ି ଯାଇଥିବା ୨ ନାବାଳକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର। ତାଙ୍କ ନାମ ଆଶୁତୋଷ ପାଲ୍। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ସ୍କୁଲର ସେ ଦଶମ ଶ୍ରେଣୀର ଛାତ୍ର। ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନରେ ତାଙ୍କ ମୃତଦେହ ପାଇଛି। ଆଉ ଜଣଙ୍କୁ ପାଇବା ପାଇଁ ଜାରି ରହିଛି ସର୍ଚ୍ଚ ଅପରେସନ। ଅନ୍ୟ ଜଣକ ରୀତିରଞ୍ଜନ ମାଝୀ।

ସୂଚନା ଥିଉକି, ପ୍ରତାପନଗରୀ କୁଆଖାଇ ବ୍ରିଜ ତଳେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିଲା। ୫ ଜଣ ସାଙ୍ଗ ଗାଧୋଉ ଥିବାବେଳେ ନଦୀ ସୁଅରେ ୩ ଜଣ ଭାସି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ଉଦ୍ଧାର ପାଇଥିଲା ବେଳେ ୨ ବୁଡ଼ି ଯାଇଥିଲେ। ଯାହା ପରେ ନିଖୋଜଙ୍କୁ ଠାବ କରିବାରୁ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଦୀର୍ଘ ସମୟ ସର୍ଚ୍ଚ ଅପରେସନ ପରେ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି।

ଉଦ୍ଧାର ଏବଂ ନିଖୋଜ ସମସ୍ତ ନାବାଳକ ସ୍କୁଲ ଛାତ୍ର। ସେମାନଙ୍କ ବୟସ ୧୩ରୁ ୧୪ ବର୍ଷ ହେବ। ଏହି ସର୍ଚ୍ଚ ଅପରେସନ ଦେଖିବାକୁ କୁଆଖାଇ ନଦୀ କୂଳରେ ପ୍ରବଳ ଭିଡ଼ ଜମିଛି।

ଖବର ମୁତାବକ, ଭୁବନେଶ୍ୱର ପଟିଆରୁ ୯ମ ଓ ୧୦ମ ଶ୍ରେଣୀରେ ପାଠପଢ଼ୁଥିବା ୫ ଛାତ୍ର ଦୁଇଟି ସ୍କୁଟି ନେଇ ଧାକୁଲେଇ ନିକଟ କୁଆଖାଇକୁ ଗଧୋଇବାକୁ ଆସିଥିଲେ। ପ୍ରଖର ସୁଅରେ ୩ ଜଣ ଛାତ୍ର ଭାସି ଯାଇଥିଲେ।

ତେବେ ଏହା ଦେଖି ନିକଟରେ ଭୋଜି କରୁଥିବା ଆକାଶ ରାଉତ ଓ ତାଙ୍କମାନେ ଘଟଣା ସ୍ଥଳରେ ପହଞ୍ଚି ଜଣଙ୍କୁ ଉଦ୍ଧାର କରିପାରିଥିଲେ।

ଶ୍ରୀ ରାଉତଙ୍କ କହିବା କଥା, ସେମାନେ ନଦୀ ନିକଟରେ କ୍ଲବ ଫିଷ୍ଟ କରୁଥିଲେ। ଏହି ସମୟରେ ୫ ଜଣ ପିଲା ଗଧୋଉଥିଲା। ଜଣେ ପିଲା ବୁଡ଼ି ଯାଉଥିବା ବେଳେ ଚିତ୍କାର କରିବାରୁ, ସେ ଏହା ଶୁଣି ନଦୀକୁ ଡେଇଁ ଜଣଙ୍କୁ ଉଦ୍ଧାର କରିଥିଲେ। ବାକି ୨ ଜଣ ଭାସି ଯାଇଥିବା ଉଦ୍ଧାର ଯୁବକ ଜଣକ କହିଥିଲେ। ଏଥିସହ ତୁରନ୍ତ ଘଟଣା ସ୍ଥଳରୁ ୩ ଛାତ୍ର ସ୍କୁଟି ନେଇ ପଳାଇଥିଲେ।

ଏହି ୩ ଜଣଙ୍କ ନାମ ଲିପୁନ ରାଉତ, ଶୁଭମ ମହାନ୍ତି ଏବଂ ମହାବୀର ପ୍ରସାଦ ଗୌର ବୋଲି ଜଣାପଡ଼ିଛି।

Related story