ଦୁଇ ଯନ୍ତ୍ରୀ ନିଲମ୍ବିତ

ଜୁନାଗଡ଼ (ଇଙ୍ଗିତ ପଣ୍ଡା): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିମ୍ନମାନର କାମ ଅଭିଯୋଗରେ କଳାହାଣ୍ଡିର ଦୁଇଜଣ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ଯନ୍ତ୍ରୀଦ୍ୱୟ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁମିତ ମିଞ୍ଜ ଓ କନିଷ୍ଠ ଯନ୍ତ୍ରୀ କେଶବ ଚନ୍ଦ୍ର ନାଏକ। ସୂଚନାଯୋଗ୍ୟ, ସାନକେନ୍ଦୁଗୁଡା-ପାଇକପଡ଼ା-ଜୟନ୍ତପୁର ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ନିମନ୍ତେ ୪ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ହେଲେ ଉକ୍ତ କାମ ନିମ୍ନମାନର ହେଉଥିବା ନେଇ ସ୍ଥାନୀୟ ଲୋକ ବିଭାଗୀୟ ଅଧିକାରୀଙ୍କ ଦ୍ୱାରସ୍ଥ […]

road-1-1

Niharika Rout
  • Published: Saturday, 27 June 2020
  • , Updated: 27 June 2020, 08:38 AM IST

ଜୁନାଗଡ଼ (ଇଙ୍ଗିତ ପଣ୍ଡା): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିମ୍ନମାନର କାମ ଅଭିଯୋଗରେ କଳାହାଣ୍ଡିର ଦୁଇଜଣ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ଯନ୍ତ୍ରୀଦ୍ୱୟ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁମିତ ମିଞ୍ଜ ଓ କନିଷ୍ଠ ଯନ୍ତ୍ରୀ କେଶବ ଚନ୍ଦ୍ର ନାଏକ।

ସୂଚନାଯୋଗ୍ୟ, ସାନକେନ୍ଦୁଗୁଡା-ପାଇକପଡ଼ା-ଜୟନ୍ତପୁର ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ନିମନ୍ତେ ୪ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ହେଲେ ଉକ୍ତ କାମ ନିମ୍ନମାନର ହେଉଥିବା ନେଇ ସ୍ଥାନୀୟ ଲୋକ ବିଭାଗୀୟ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ଗତମାସରେ ମୁଖ୍ୟ ଯନ୍ତ୍ରୀ ତଦନ୍ତ କରିବା ସହ ଦୁର୍ନୀତିରେ ସଂଶ୍ଲିଷ୍ଟ ଥିବା ଅଭିଯୋଗରେ ଦୁଇ ଯନ୍ତ୍ରୀଙ୍କୁ ନିଲମ୍ବନ କରିଥିବା ଜଣାଯାଇଛି।

Related story