ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ଭାସିଗଲେ ୨

ଭଦ୍ରକ(ପାର୍ଥସାରଥୀ ନାୟକ): ଭସାଣିରେ ଅଘଟଣ। ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ସାଳନ୍ଦୀ ନଦୀରେ ଭାସିଗଲେ ୨। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟଜଣେ ନିଖୋଜ ହୋଇଯାଇଛନ୍ତି। ଆଜି ସନ୍ଧ୍ୟାବେଳେ ଘଟିଥିବା ଏହି ଘଟଣାକୁ ନେଇ ଭଦ୍ରକରେ ଚାଞ୍ଚଲ୍ୟ ଖେଳି ଯାଇଛି। ନିଖୋଜ ବ୍ୟକ୍ତି ଜଣକ ଭଦ୍ରକ ଜାନୁଗଞ୍ଜ ଗାଁର। ସୂଚନା ମୁତାବକ, ଆଜି ଅପରାହ୍ନରେ ଭଦ୍ରକ ସହର ଜାନୁଗଞ୍ଜ ଦୁର୍ଗା ମଣ୍ଡପର ଦୁର୍ଗା ମୂର୍ତ୍ତି ଭସାଣି ହେଉଥିଲା। ଶତାଧିକ ମଣ୍ଡପ କାର୍ଯ୍ୟକର୍ତ୍ତା ନାଚଗୀତ […]

river

  • Published: Thursday, 06 October 2022
  • , Updated: 06 October 2022, 10:06 PM IST

ଭଦ୍ରକ(ପାର୍ଥସାରଥୀ ନାୟକ): ଭସାଣିରେ ଅଘଟଣ। ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ସାଳନ୍ଦୀ ନଦୀରେ ଭାସିଗଲେ ୨। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟଜଣେ ନିଖୋଜ ହୋଇଯାଇଛନ୍ତି। ଆଜି ସନ୍ଧ୍ୟାବେଳେ ଘଟିଥିବା ଏହି ଘଟଣାକୁ ନେଇ ଭଦ୍ରକରେ ଚାଞ୍ଚଲ୍ୟ ଖେଳି ଯାଇଛି। ନିଖୋଜ ବ୍ୟକ୍ତି ଜଣକ ଭଦ୍ରକ ଜାନୁଗଞ୍ଜ ଗାଁର।

ସୂଚନା ମୁତାବକ, ଆଜି ଅପରାହ୍ନରେ ଭଦ୍ରକ ସହର ଜାନୁଗଞ୍ଜ ଦୁର୍ଗା ମଣ୍ଡପର ଦୁର୍ଗା ମୂର୍ତ୍ତି ଭସାଣି ହେଉଥିଲା। ଶତାଧିକ ମଣ୍ଡପ କାର୍ଯ୍ୟକର୍ତ୍ତା ନାଚଗୀତ ଭିତରେ ଭସାଣିରେ ସାମିଲ ହୋଇଥିଲେ। ହେଲେ ସନ୍ଧ୍ୟାରେ ସାଳନ୍ଦୀ ନଦୀର ବାଉଦପୁର ଘାଟରେ ମୂର୍ତ୍ତି ବିସର୍ଜନ ବେଳେ ଦୁଇଜଣ ଭାସି ଯାଇଥିଲେ। ନଦୀରେ ବଢ଼ି ପାଣି ଥିବାରୁ ସୁଅ ରହିଥିଲା। ମୂର୍ତ୍ତି ତଳେ ଚାପି ହୋଇ ସେମାନେ ଭାସି ଯାଇଥିଲେ।

ବାଉଦପୁର ଘାଟ ଠାରୁ ପ୍ରାୟ ୧ କିଲୋମିଟର ଦୂରରୁ ଜଣଙ୍କୁ ସ୍ଥାନୀୟ ଲୋକେ ଖୋଜାଖୋଜି କରି ଉଦ୍ଧାର କରିଥିଲେ। ଉକ୍ତ ଯୁବକ ଜଣକ ଜାନୁଗଞ୍ଜର ବିଦ୍ୟାସାରଥୀ ନାୟକ। ତାଙ୍କ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହେଲେ ଅନ୍ୟଜଣଙ୍କ ଖୋଜଖବର ମିଳି ନ ଥିଲା। ଏନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ହେଲେ ଅଗ୍ନିଶମ ବାହିନୀ ପହଞ୍ଚିବାରେ ବିଳମ୍ବ ହୋଇଥିବା ବେଳେ ଅନ୍ଧାରରେ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ନେବାରେ ସମସ୍ୟା ଉପୁଜିଛି।

Related story