ଖୋଲିଲା ହୀରାକୁଦ ଡ୍ୟାମ୍‌ର ୨ଟି ଗେଟ୍‌

ସମ୍ୱଲପୁର(ସଞ୍ଜୟ ଜେନା): ଆଜି ଖୋଲିଲା ହୀରାକୁଦ ଡ୍ୟାମ୍‌ର ୨ଟି ଗେଟ୍‌। ବନ୍ୟା ଜଳ ନିଷ୍କାସନ ଲାଗି ବୁର୍ଲା ପଟୁ ଗୋଟିଏ ଗେଟ୍ ଓ  ହୀରାକୁଦ ପଟୁ ଆଉ ଏକ ଗେଟ୍‌ ଖୋଲିଛି। ତେବେ ପର୍ଯ୍ୟାୟ କ୍ରମେ ଆଉ ୧୪ଟି ଗେଟ୍ ଖୋଲିବ। ଗତକାଲି ୭ନଂ ଗେଟ୍ ଅଳ୍ପ ସମୟ ପାଇଁ ଖୋଲାଯାଇ ବନ୍ଦ କରାଯାଇଥିଲା। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢୁଛି । ଦିନ ଗୋଟାଏ ସୁଦ୍ଧା  ଆଉ ୧୪ଟି ଗେଟ୍ ଖୋଲାଯିବ  ହୀରାକୁଦ ଡ୍ୟାମ […]

dam-1..

Jyoshna Pradhan
  • Published: Thursday, 15 August 2019
  • , Updated: 15 August 2019, 02:56 PM IST

ସମ୍ୱଲପୁର(ସଞ୍ଜୟ ଜେନା): ଆଜି ଖୋଲିଲା ହୀରାକୁଦ ଡ୍ୟାମ୍‌ର ୨ଟି ଗେଟ୍‌। ବନ୍ୟା ଜଳ ନିଷ୍କାସନ ଲାଗି ବୁର୍ଲା ପଟୁ ଗୋଟିଏ ଗେଟ୍ ଓ  ହୀରାକୁଦ ପଟୁ ଆଉ ଏକ ଗେଟ୍‌ ଖୋଲିଛି। ତେବେ ପର୍ଯ୍ୟାୟ କ୍ରମେ ଆଉ ୧୪ଟି ଗେଟ୍ ଖୋଲିବ। ଗତକାଲି ୭ନଂ ଗେଟ୍ ଅଳ୍ପ ସମୟ ପାଇଁ ଖୋଲାଯାଇ ବନ୍ଦ କରାଯାଇଥିଲା।

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢୁଛି । ଦିନ ଗୋଟାଏ ସୁଦ୍ଧା  ଆଉ ୧୪ଟି ଗେଟ୍ ଖୋଲାଯିବ  ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି  ।  ପୂର୍ବାହ୍ନ ୧୦ ଟା ସୁଦ୍ଧା ହୀରାକୁଦକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୫୮ ହଜାର ୩୧୮ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲା।  କିନ୍ତୁ ପ୍ରତି ସେକେଣ୍ଡରେ ୧୫ ହଜାର ୨୯୪ କ୍ୟୁସେକ୍‌  ଜଳ ନିଷ୍କାସିତ ହେଉଛି  । ଡ୍ୟାମର ଜଳସ୍ତରକୁ ୬୧୯-୨୦ ଫୁଟ ରଖିବା ପାଇଁ ୧୬ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି  ।

ସୂଚନାଯୋଗ୍ୟ, ମହାନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ପୂର୍ବାହ୍ନ ୧୧ଟା ୩୦ ପରେ ଗେଟ୍‌ ଖୋଲିବା ଆରମ୍ଭ ହେବ ବୋଲି ଡ୍ୟାମ୍‌ କର୍ତ୍ତୃପକ୍ଷ ପୂର୍ବରୁ ସୂଚନା ଦେଇଥିଲେ।

Related story