ଏମିତି ଆମ ସ୍ମାର୍ଟସିଟି: ବିଚ୍‌ ରାସ୍ତାରେ ଦୁଇ ଯୁବତୀଙ୍କୁ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକୁ ଦିନ କଳୁଷିତ ହେଉଛି ଯୁବ ସମାଜ। କେଉଁଠି ନାବାଳିକାଙ୍କୁ ଦୁଷ୍କର୍ମ କରାଯାଉଛି ତ ଆଉ କେଉଁଠି ଯୁବତୀ ହେଉଛନ୍ତି ଅସଦାଚରଣର ଶିକାର। ଏହାକୁ ନେଇ ଗତ କିଛି ଦିନ ଧରି ବିଭିନ୍ନ ମହଲରେ ଉଦ୍‌ବେଗ ପାଉଛି। ଆଇନ୍‌କୁ କଡ଼ାକଡ଼ି କରିବାକୁ ଦାବି ହେଉଛି। ଏହା ସତ୍ତ୍ୱେ ଆଜି ପୁଣି ରାଜଧାନୀରେ ଏମିତି କିଛି ଘଟଣା ଘଟିଛି, ଯାହା ବୁଦ୍ଧିଜୀବୀଙ୍କୁ ମର୍ମାହତ କରିଛି। ରାସ୍ତାରେ ଯାଉଥିବା ଦୁଇଜଣ ଯୁବତୀଙ୍କୁ ଦୁଇଜଣ ଯୁବକ ଅସଦାଚରଣ […]

OR photo2018-04-30-15h10m03s839

Rakesh Mallick
  • Published: Monday, 30 April 2018
  • , Updated: 30 April 2018, 10:05 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକୁ ଦିନ କଳୁଷିତ ହେଉଛି ଯୁବ ସମାଜ। କେଉଁଠି ନାବାଳିକାଙ୍କୁ ଦୁଷ୍କର୍ମ କରାଯାଉଛି ତ ଆଉ କେଉଁଠି ଯୁବତୀ ହେଉଛନ୍ତି ଅସଦାଚରଣର ଶିକାର। ଏହାକୁ ନେଇ ଗତ କିଛି ଦିନ ଧରି ବିଭିନ୍ନ ମହଲରେ ଉଦ୍‌ବେଗ ପାଉଛି। ଆଇନ୍‌କୁ କଡ଼ାକଡ଼ି କରିବାକୁ ଦାବି ହେଉଛି। ଏହା ସତ୍ତ୍ୱେ ଆଜି ପୁଣି ରାଜଧାନୀରେ ଏମିତି କିଛି ଘଟଣା ଘଟିଛି, ଯାହା ବୁଦ୍ଧିଜୀବୀଙ୍କୁ ମର୍ମାହତ କରିଛି। ରାସ୍ତାରେ ଯାଉଥିବା ଦୁଇଜଣ ଯୁବତୀଙ୍କୁ ଦୁଇଜଣ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ପୂରା ଘଟଣା ଏମିତି। ସନ୍ଧ୍ୟା ହେଲେ କପିଳପ୍ରସାଦ-ଜଟଣୀ ରାସ୍ତା ଜନ ଗହଳୀ ପୂର୍ଣ୍ଣ ଥାଏ। ଆଜି ବି ଗହଳୀ ଥିଲା। ଲୋକେ ତର ତର ହୋଇ ଘରକୁ ଫେରୁଥିଲେ। ଏହି ଭିଡ଼ ଭିତରେ ଦୁଇ ଜଣ ଯୁବତୀ ମଧ୍ୟ ନିଜ ଘରକୁ ଫେରିଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ଏକ ବାଇକ୍‌ରେ ଆସି ସେମାନଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଯୁବତୀ ଦୁଇ ଜଣ ଏନେଇ ନିଜର ସମ୍ପର୍କୀୟଙ୍କୁ ଫୋନ୍‌ରେ ଖବର ଦେଇଥିଲେ। ସ୍ଥାନୀୟ ଲୋକେ ବାହାରି ଆସିବାରୁ ଯୁବକ ଦୁଇ ଜଣ ବାଇକ୍‌ ଛାଡ଼ି ପଳାଇ ଯାଇଥିଲେ। ଏୟାରଫିଲ୍ଡ୍‌ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅସଦାଚରଣ କରିଥିବା ଦୁଇ ଯୁବକଙ୍କ ପରିଚୟ ଜଣାପଡ଼ି ନାହିଁ।

Related story