ବର୍ଷା ଯୋଗୁ ଟ୍ରାକ୍ଟର ତଳେ ନେଇଥିଲେ ଆଶ୍ରୟ, ଚାଲିଗଲା ଜୀବନ

ତେଲକୋଇ (ଚିନ୍ମୟ କୁମାର ସାହୁ): ରାସ୍ତାକଡ଼ରେ ବସି କେନ୍ଦୁ ବିକ୍ରି କରୁଥିଲେ ଦୁଇ ଜଣ ମହିଳା ଓ ଚାରି ଜଣ ପୁରୁଷ। ଏହି ସମୟରେ ବର୍ଷା ହେଲା। ତେଣୁ ସେଠାରେ ଛିଡ଼ା ହୋଇଥିବା ଏକ ଟ୍ରାକ୍ଟରର ଡାଲା ତଳେ ଆଶ୍ରୟ ନେଇଥିଲେ ସେମାନେ। ସେମାନଙ୍କ ସହିତ ଟ୍ରାକ୍ଟର ଡ୍ରାଇଭର ବି ଡାଲା ତଳେ ଆଶ୍ରୟ ନେଇଥିଲେ। ହେଲେ ସେମାନେ ଜାଣି ନଥିଲେ ଯେ ଏକ ବଡ଼ ଅଘଟଣ ଘଟିବାକୁ ଯାଉଛି। ସେମାନେ ଟ୍ରାକ୍ଟର ଡାଲା ତଳେ ବସିଥିବା […]

tractor

Jitendra Garnayak
  • Published: Wednesday, 11 May 2022
  • , Updated: 11 May 2022, 07:14 PM IST

ତେଲକୋଇ (ଚିନ୍ମୟ କୁମାର ସାହୁ): ରାସ୍ତାକଡ଼ରେ ବସି କେନ୍ଦୁ ବିକ୍ରି କରୁଥିଲେ ଦୁଇ ଜଣ ମହିଳା ଓ ଚାରି ଜଣ ପୁରୁଷ। ଏହି ସମୟରେ ବର୍ଷା ହେଲା। ତେଣୁ ସେଠାରେ ଛିଡ଼ା ହୋଇଥିବା ଏକ ଟ୍ରାକ୍ଟରର ଡାଲା ତଳେ ଆଶ୍ରୟ ନେଇଥିଲେ ସେମାନେ। ସେମାନଙ୍କ ସହିତ ଟ୍ରାକ୍ଟର ଡ୍ରାଇଭର ବି ଡାଲା ତଳେ ଆଶ୍ରୟ ନେଇଥିଲେ। ହେଲେ ସେମାନେ ଜାଣି ନଥିଲେ ଯେ ଏକ ବଡ଼ ଅଘଟଣ ଘଟିବାକୁ ଯାଉଛି। ସେମାନେ ଟ୍ରାକ୍ଟର ଡାଲା ତଳେ ବସିଥିବା ବେଳେ ଏକ ଟ୍ରକ୍ ପଛରୁ ଆସି ଟ୍ରାକ୍ଟରଟିକୁ ଧକ୍କା ଦେଇଥିଲା। ଆଉ ସେଠାରେ ଘଟଣାସ୍ଥଳରେ ଚାଲି ଯାଇଥିଲା ଦୁଇ ଜଣଙ୍କ ଜୀବନ। ଏହି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ।

ଦୁଇ ମୃତକଙ୍କ ମଧ୍ୟରୁ ଜଣେ ଟ୍ରାକ୍ଟର ଡ୍ରାଇଭର ହୋଇଥିବା ବେଳେ ଅନ୍ୟ ଜଣେ ସେଠାରେ କେନ୍ଦୁ ବିକ୍ରି କରୁଥିବା ଜଣେ ମହିଳା। ସେହିପରି କେନ୍ଦୁ ବିକ୍ରି କରୁଥିବା ଅନ୍ୟ ଜଣେ ମହିଳାଙ୍କ ସହିତ ଆଉ ତିନି ପୁରୁଷ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ଅପରାହ୍ଣ ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଜିଲ୍ଲାର କାଞ୍ଜିପାଣି ଘାଟିର ନିପୋ ଛକରେ ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ୬ ଜଣ ମହିଳା ଓ ପୁରୁଷ ବସି କେନ୍ଦୁ ବିକ୍ରି କରୁଥିଲେ। ବର୍ଷା ହେବାରୁ ସେମାନେ ଏକ ମେସିନ୍ ବୋଝେଇ ଟ୍ରକ୍ଟରର ଡାଲା ତଳେ ଆଶ୍ରୟ ନେଇଥିଲେ। କାରଣ ସେଠାରେ ଆଖାପାଖରେ କିଛି ଘର ନାହିଁ। ଟ୍ରାକ୍ଟର ଡ୍ରାଇଭର ବି ସେମାନଙ୍କ ସହିତ ଡାଲା ତଳେ ବସି ଯାଇଥିଲା। ଏହି ସମୟରେ ଟ୍ରକ୍‌ଟି ପଛପଟୁ ଟ୍ରାକ୍ଟରକୁ ଧକ୍କା ଦେଇଥିଲେ। ଫଳରେ ଟ୍ରାକ୍ଟରଟି ଆଗକୁ ଗଡ଼ି ଯାଇଥିଲା ଓ ଡ୍ରାଇଭର ଏବଂ ଜଣେ ମହିଳାଙ୍କ ଉପରେ ଟ୍ରାକ୍ଟରର ଡାଲାର ଚକ ମାଡ଼ି ଯାଇଥିଲା। ସେମାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଡାଲା ମାଡ଼ରେ ଅନ୍ୟମାନେ ଆହତ ହୋଇଛନ୍ତି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଛି। କାଞ୍ଜିପାଣି ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story