ଘାଟିରୁ ୫୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌

ବାରିପଦା (ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ୍ ତଳକୁ ଖସି ପଡ଼ିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଗୁରୁତର ଦିଲୀପ କୁମାର ଦାସଙ୍କୁ ବାରିପଦା ସ୍ଥିତ ପିଆରଏମ୍‌ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି। ଦିଲୀପଙ୍କ ଘର ଛତିଶଗଡ଼ରେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଏକ ଲୁହା ବୋଝେଇ […]

barapada999

Tapaswini Nayak
  • Published: Monday, 18 November 2019
  • , Updated: 18 November 2019, 09:52 AM IST

ବାରିପଦା (ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ୍ ତଳକୁ ଖସି ପଡ଼ିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଗୁରୁତର ଦିଲୀପ କୁମାର ଦାସଙ୍କୁ ବାରିପଦା ସ୍ଥିତ ପିଆରଏମ୍‌ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି। ଦିଲୀପଙ୍କ ଘର ଛତିଶଗଡ଼ରେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଏକ ଲୁହା ବୋଝେଇ ଟ୍ରକଟି ଚଣ୍ଡୀଗଡ଼ରୁ କୋଲକାତା ଯାଉଥିଲା। ଏହି ସମୟରେ ବାଙ୍ଗିରିପୋଷି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକ, ପୁଲିସ୍ ଓ ଦମକଳ ବାହିନୀ ପହଞ୍ଚି ଟ୍ରକରେ ଥିବା କର୍ମଚାରୀ ମାନଙ୍କୁ ଉଦ୍ଧାର କରିଥିଲେ।

ଟ୍ରକରେ ତିନି ଜଣ ଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ।

ଦୁର୍ଘଟଣାରେ ଟ୍ରକଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story