ମାତିଲା ପଲ୍‌ସର, ଝମ୍ପିନେଲା ୨ ଲକ୍ଷ ଟଙ୍କା

କେନ୍ଦୁର(ପ୍ରଣୟ ପାଣି): ପଲ୍‌ସରରେ ଆସି ୨ ଲକ୍ଷ ଟଙ୍କା ଝାମ୍ପିନେଲେ ୨ ଜଣ ଦୁର୍ବୃତ୍ତ। ଆଜି ଦିନ ଦି’ପହରରେ ଏପରି ଘଟଣା କେନ୍ଦୁଝର ଟାଉନ୍‌ରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପତ୍ତା ପାଇନି ପୁଲିସ। ବଣିଆପାଟ ଗାଁର ଦୀପାଞ୍ଜଳି ମହାପାତ୍ର ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର କେନ୍ଦୁଝର ଶାଖାକୁ ଆସିଥିଲେ। ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ନିଜ […]

2-lakh-loot-in-kendujhar

Manoranjan Sial
  • Published: Saturday, 05 October 2019
  • , Updated: 05 October 2019, 04:06 PM IST

କେନ୍ଦୁର(ପ୍ରଣୟ ପାଣି): ପଲ୍‌ସରରେ ଆସି ୨ ଲକ୍ଷ ଟଙ୍କା ଝାମ୍ପିନେଲେ ୨ ଜଣ ଦୁର୍ବୃତ୍ତ। ଆଜି ଦିନ ଦି’ପହରରେ ଏପରି ଘଟଣା କେନ୍ଦୁଝର ଟାଉନ୍‌ରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପତ୍ତା ପାଇନି ପୁଲିସ।

ବଣିଆପାଟ ଗାଁର ଦୀପାଞ୍ଜଳି ମହାପାତ୍ର ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର କେନ୍ଦୁଝର ଶାଖାକୁ ଆସିଥିଲେ। ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ନିଜ ଭ୍ୟାନିଟ୍‌ରେ ରଖି ହୋଣ୍ଡା ଆକ୍ଟିଭା ସ୍କୁଟିରେ ଘରକୁ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ଏକ ପଲ୍‌ସରରେ ତାଙ୍କୁ ପିଛା କରିଥିଲେ। ତେବେ ନିଛାଟିଆ ସ୍ଥାନ ଦେଖି ଦୀପାଞ୍ଜଳିଙ୍କ ଭ୍ୟାନିଟ୍‌ ଝାମ୍ପି ନେଇ ଦ୍ରୁତ ଗତିରେ ପଳାଇଯାଇଥିଲେ।

ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Related story