କରୋନାରେ ଆକ୍ରାନ୍ତ ୨ ମହିଳା ଡାକ୍ତର; ସ୍ୱାସ୍ଥ୍ୟକେନ୍ଦ୍ର ଶଟ୍‌ଡାଉନ୍

ଭବାନୀପାଟଣା (ରାଜକୁମାର ସିଂଦେଓ): କଳାହାଣ୍ଡି ଜିଲ୍ଲାର ନର୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଦୁଇ ମହିଳା ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। କଳାହାଣ୍ଡି ସିଡିଏମଓ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ତେଲେଙ୍ଗାନା ଫେରନ୍ତା ଜଣେ ପ୍ରବାସୀ ସରକାରୀ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସାତ ଦିନିଆ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ଏହାପରେ ଘରକୁ ଆସି ପୁଣି ସାତ ଦିନିଆ ହୋମ କ୍ୱାରେଣ୍ଟାଇନ୍‌ରେ ରହିବା ମଧ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନର୍ଲା ମେଡିକାଲକୁ ଆସିଥିଲେ।  ଉକ୍ତ ଦୁଇ ମହିଳା ଡାକ୍ତର […]

CORONA-1

Niharika Rout
  • Published: Saturday, 13 June 2020
  • , Updated: 13 June 2020, 08:33 AM IST

ଭବାନୀପାଟଣା (ରାଜକୁମାର ସିଂଦେଓ): କଳାହାଣ୍ଡି ଜିଲ୍ଲାର ନର୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଦୁଇ ମହିଳା ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। କଳାହାଣ୍ଡି ସିଡିଏମଓ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ତେଲେଙ୍ଗାନା ଫେରନ୍ତା ଜଣେ ପ୍ରବାସୀ ସରକାରୀ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସାତ ଦିନିଆ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ଏହାପରେ ଘରକୁ ଆସି ପୁଣି ସାତ ଦିନିଆ ହୋମ କ୍ୱାରେଣ୍ଟାଇନ୍‌ରେ ରହିବା ମଧ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନର୍ଲା ମେଡିକାଲକୁ ଆସିଥିଲେ।  ଉକ୍ତ ଦୁଇ ମହିଳା ଡାକ୍ତର ସେଠାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।

ଦୁଇ ଡାକ୍ତରଙ୍କ ରିପୋର୍ଟ ପଜିଟିଭ ବାହାରିବା ପରେ ସେମାନଙ୍କୁ କଳାହାଣ୍ଡି ଜିଲ୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ସହିତ ନର୍ଲା ମେଡିକାଲକୁ ସାନିଟାଇଜ କରାଯାଇଛି। ଏପରିକି ସ୍ୱାସ୍ଥ୍ୟକେନ୍ଦ୍ରକୁ ଜିଲ୍ଲାପାଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

Related story