କୁଡ଼ିଆରେ ଜଳିଗଲେ ଦୁଇ ନାବାଳିକା

କଲ୍ୟାଣସିଂହପୁର(ମାଉଡି ବାରିକ): ପରିବା ବାଡ଼ି ଜଗିବା ବେଳେ ଜଳିଗଲେ ଦୁଇ ନାବାଳିକା। କୁଡିଆରେ ନିଆଁ ଲାଗି ଦୁଇ ନାବାଳିକା ଜଳିଗଲେ। ଆଜି ଏପରି ହୃଦୟବିଦାରକ ଘଟଣା ରାୟଗଡ଼ ଜିଲ୍ଲା କାଶୀପୁର ଥାନା ଅଞ୍ଚଳରେ ଘଟିଛି। ମୃତକ ୨ ନାବାଳିକାଙ୍କ ବୟସ ୧୨ ଓ ୧୦ ବର୍ଷ ହେବ। କାଶୀପୁର ତଳଜଗି ପଞ୍ଚାୟତ ଲାକ୍ରିସ ଗାଁର ଦୁଇ ନାବାଳିକା ପରିବା ବାଡ଼ି ଜଗିଥିଲେ। ସେମାନଙ୍କ ବାପା-ମାଆ ଘରେ ଥିଲେ। ବହୁ ସମୟ ପର୍ଯ୍ୟନ୍ତ ଦୁଇ ନାବାଳିକା ଘରକୁ ଖାଇବାକୁ […]

fire-at-hospital

Manoranjan Sial
  • Published: Thursday, 04 February 2021
  • , Updated: 04 February 2021, 06:28 PM IST

କଲ୍ୟାଣସିଂହପୁର(ମାଉଡି ବାରିକ): ପରିବା ବାଡ଼ି ଜଗିବା ବେଳେ ଜଳିଗଲେ ଦୁଇ ନାବାଳିକା। କୁଡିଆରେ ନିଆଁ ଲାଗି ଦୁଇ ନାବାଳିକା ଜଳିଗଲେ। ଆଜି ଏପରି ହୃଦୟବିଦାରକ ଘଟଣା ରାୟଗଡ଼ ଜିଲ୍ଲା କାଶୀପୁର ଥାନା ଅଞ୍ଚଳରେ ଘଟିଛି। ମୃତକ ୨ ନାବାଳିକାଙ୍କ ବୟସ ୧୨ ଓ ୧୦ ବର୍ଷ ହେବ।

କାଶୀପୁର ତଳଜଗି ପଞ୍ଚାୟତ ଲାକ୍ରିସ ଗାଁର ଦୁଇ ନାବାଳିକା ପରିବା ବାଡ଼ି ଜଗିଥିଲେ। ସେମାନଙ୍କ ବାପା-ମାଆ ଘରେ ଥିଲେ। ବହୁ ସମୟ ପର୍ଯ୍ୟନ୍ତ ଦୁଇ ନାବାଳିକା ଘରକୁ ଖାଇବାକୁ ଆସିନଥିଲେ। ଶେଷରେ ସେମାନଙ୍କ ବାପା-ମାଆ ପରିବା ବାଡ଼ିକୁ ଡାକିବାକୁ ଆସିଥିଲେ। ସେତେବେଳକୁ କୁଡ଼ିଆଟି ଜଳୁଥିବା ଦେଖିବାକୁ ମିଳିଥିଲା। କୁଡ଼ିଆ ଭିତରେ ଦୁଇ ନାବାଳିକାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ତେବେ ଏଠି ପଶ୍ନ ଉଠୁଛି, ଦୁଇ ନାବାଳିକା ଝାଟିମାଟି କୁଡ଼ିଆ ଭିତରେ ଥିବା ବେଳେ କିଏ ନିଆଁ ଲଗାଇଲା ନା କୌଣସି କାରଣରୁ ନିଆଁ ଲାଗି ଯାଇଥିଲା, ତାହା ଏବେ ତଦନ୍ତ ସାପେକ୍ଷ।

Related story