ଚାଷୀଙ୍କୁ ଟୋକନ୍ ଦେବାରେ ଅବହେଳା କରିବାରୁ ୨ ଅଧିକାରୀ ନିଲମ୍ବିତ

ନୂଆପଡା(ଓଡ଼ିଶା ରିପୋର୍ଟର): ନୂଆପଡା ଜିଲ୍ଲା ସାରାବଙ୍ଗ ଧାନ ମଣ୍ଡିରେ ଚାଷୀଙ୍କୁ ଅଗ୍ରୀମ ଟୋକନ୍ ଦେବାରେ ଅବହେଳା କରିଥିବାରୁ ୨ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ନୂଆପଡା ଜିଲ୍ଲାପାଳ ସ୍ଵଧାଦେବ ସିଂ। ସେମାନେ ହେଲେ ସାରାବଙ୍ଗ ସମବାୟ ସମିତିର ସଂପାଦକ ଭୀଷ୍ମ କୁମାର ସାହୁ ଏବଂ ଡାଟା ଏଣ୍ଟ୍ରି ଅପରେଟର ପୁର୍ଣ୍ଣେନ୍ଦୁ ଦଣ୍ଡସେନା।

ମିଳିଥିବା ସୂଚନା ଅନୁସାରେ, ଗତ ୨ ତାରିଖରେ ଜିଲ୍ଲାପାଳ ହଠାତ୍ ସାରାବଙ୍ଗ ଧାନ ମଣ୍ଡିକୁ ଯାଇ ଥିଲେ। ସେଠାରେ ଅଗ୍ରୀମ ଟୋକନ ଚାଷୀଙ୍କୁ ଦିଆଯାଇ ନ ଥିବା ଦେଖି ଘଟଣାର ତଦନ୍ତ କରିବାକୁ ଏସିଏସଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏସିଏସ ତଦନ୍ତ କରିବା ପରେ ଚାଷୀଙ୍କୁ ଅଗ୍ରୀମ ଟୋକନ ଦିଆଯାଇ ନ ଥିବା ଜଣା ପଡି ଥିଲା। ପରେ ୨ ଜଣଙ୍କୁ ସସପେଣ୍ଡ କରି ସମବାୟ ବିଭାଗ ଧାନ କିଣିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।