ନୟାଗଡ଼ ଷ୍ଟେସନରୁ ମହିପୁର ପର୍ଯ୍ୟନ୍ତ ଗଡ଼ିଲା ୨ଟି ପାସେଞ୍ଜର ଟ୍ରେନ୍

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ପ୍ରକଳ୍ପର ନୟାଗଡ଼ ଷ୍ଟେସନରୁ ମହିପୁର ପର୍ଯ୍ୟନ୍ତ ଆଜି ଗଡ଼ିଲା ଟ୍ରେନ୍। ଏହି ନୂଆ ରେଳ ଲାଇନ୍‌ର ଆଜି ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୟାଗଡ଼ ଷ୍ଟେସନରୁ ମହିପୁର ପର୍ଯ୍ୟନ୍ତ ଏଣିକି ଗଡ଼ିବ ୨ଟି ପାସେଞ୍ଜର ଟ୍ରେନ୍। ଏହି ରୁଟରେ ଚାଲୁଥିବା ସମସ୍ତ ପାସେଞ୍ଜର ଟ୍ରେନ୍ ମହିପୁର ପର୍ଯ୍ୟନ୍ତ ଚଳାଚଳ କରିବ। ନୟାଗଡ଼ରୁ ମହିପୁର ମଧ୍ୟରେ ଦୂରତା ହେଉଛି ୧୨ କିଲୋମିଟର। ପୂର୍ବରୁ ଖୋର୍ଦ୍ଧାରୋଡରୁ ବାହାରି ୨ଟି ପାସେଞ୍ଜର ଟ୍ରେନ୍ ଏବଂ […]

h-9087

Tapas Behera
  • Published: Thursday, 26 December 2019
  • , Updated: 26 December 2019, 08:01 PM IST

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ପ୍ରକଳ୍ପର ନୟାଗଡ଼ ଷ୍ଟେସନରୁ ମହିପୁର ପର୍ଯ୍ୟନ୍ତ ଆଜି ଗଡ଼ିଲା ଟ୍ରେନ୍। ଏହି ନୂଆ ରେଳ ଲାଇନ୍‌ର ଆଜି ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ନୟାଗଡ଼ ଷ୍ଟେସନରୁ ମହିପୁର ପର୍ଯ୍ୟନ୍ତ ଏଣିକି ଗଡ଼ିବ ୨ଟି ପାସେଞ୍ଜର ଟ୍ରେନ୍। ଏହି ରୁଟରେ ଚାଲୁଥିବା ସମସ୍ତ ପାସେଞ୍ଜର ଟ୍ରେନ୍ ମହିପୁର ପର୍ଯ୍ୟନ୍ତ ଚଳାଚଳ କରିବ। ନୟାଗଡ଼ରୁ ମହିପୁର ମଧ୍ୟରେ ଦୂରତା ହେଉଛି ୧୨ କିଲୋମିଟର।

ପୂର୍ବରୁ ଖୋର୍ଦ୍ଧାରୋଡରୁ ବାହାରି ୨ଟି ପାସେଞ୍ଜର ଟ୍ରେନ୍ ଏବଂ ସେବା ଏକ୍ସପ୍ରେସ ନୟାଗଡ଼ ଷ୍ଟେସନ ପର୍ଯ୍ୟନ୍ତ ଯାଉଥିଲା। ହେଲେ ଏବେ ଏହି ୨ଟି ପାସେଞ୍ଜର ଟ୍ରେନ୍ ମହିପୁର ପର୍ଯ୍ୟନ୍ତ ଗଡ଼ିବ। ହେଲେ ସେବା ଏକ୍ସପ୍ରେସ ପୂର୍ବପରି ନୟାଗଡ଼ ଷ୍ଟେସନରେ ଅଟକି ରହିବ।

Related story