ପାରାଦୀପରେ କାଳବୈଶାଖୀ: ଜାହାଜକୁ ଜାହାଜ ପିଟି ହେଲା

ପାରାଦୀପ (ଏନ୍‌.ଏମ୍‌ ବୈଶାଖ): ପାରାଦୀପରେ ତାଣ୍ଡବ ରଚିଛି କାଳବୈଶାଖୀ। ଝଡ଼ ତୋଫାନ୍‌ ଓ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିରୁ ବାଦ ପଡ଼ିନି ବନ୍ଦର। ନିଷିଦ୍ଧାଞ୍ଚଳରେ ମଧ୍ୟରେ ଏମ୍‌ପିବି ବର୍ଥରେ ଲାଗିଥିବା ‘ଦରିଆ ଦେବୀ’ ଜାହାଜ ଅନ୍ୟ ଏକ ଜାହାଜରେ ପିଟି ହୋଇଯାଇଥିଲା। ଫଳରେ ‘ଦରୀଆ ଦେବୀ’ ଜାହାଜର ତଳ ପାର୍ଶ୍ୱରେ କଣା ହୋଇ ପାଣି ବୋହୁଥିବା ଦେଖିବାକୁ ମିଳିଛି। ପରେ ମେରାଇନ୍‌ ବିଭାଗ କ୍ଷତିଗ୍ରସ୍ତ ଜାହାଜକୁ ଟଗ ବୋଟ ଦ୍ୱାରା ଆଣି ଏମ୍‌ପିବି ବର୍ଥରେ ବନ୍ଧିଥିଲେ। […]

jahaja

Rakesh Mallick
  • Published: Friday, 11 May 2018
  • , Updated: 11 May 2018, 11:00 PM IST

ପାରାଦୀପ (ଏନ୍‌.ଏମ୍‌ ବୈଶାଖ): ପାରାଦୀପରେ ତାଣ୍ଡବ ରଚିଛି କାଳବୈଶାଖୀ। ଝଡ଼ ତୋଫାନ୍‌ ଓ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିରୁ ବାଦ ପଡ଼ିନି ବନ୍ଦର।

ନିଷିଦ୍ଧାଞ୍ଚଳରେ ମଧ୍ୟରେ ଏମ୍‌ପିବି ବର୍ଥରେ ଲାଗିଥିବା ‘ଦରିଆ ଦେବୀ’ ଜାହାଜ ଅନ୍ୟ ଏକ ଜାହାଜରେ ପିଟି ହୋଇଯାଇଥିଲା। ଫଳରେ ‘ଦରୀଆ ଦେବୀ’ ଜାହାଜର ତଳ ପାର୍ଶ୍ୱରେ କଣା ହୋଇ ପାଣି ବୋହୁଥିବା ଦେଖିବାକୁ ମିଳିଛି। ପରେ ମେରାଇନ୍‌ ବିଭାଗ କ୍ଷତିଗ୍ରସ୍ତ ଜାହାଜକୁ ଟଗ ବୋଟ ଦ୍ୱାରା ଆଣି ଏମ୍‌ପିବି ବର୍ଥରେ ବନ୍ଧିଥିଲେ। ଏହି ଜାହାଜଟି ଅଷ୍ଟ୍ରେଲିଆରୁ କୋକିଂ କୋଲ ନେଇ ଆସିଥିଲା।

ଆଜି ସନ୍ଧ୍ୟା ବେଳେ ପାରାଦୀପ ଆକାଶରେ ଘୋଟିଆସିଥିଲା କଳାହାଣ୍ଡିଆ ମେଘ। ପରେ ଝଡ଼ ତୋଫାନ୍‌ ବର୍ଷା ହୋଇଥିଲା।

ପବନ ବେଗ ଏତେ ପ୍ରଖର ଥିଲା ଯେ, ପାରାଦୀପ ବେଳାଭୂମି ମହୋତ୍ସବରେ ଖୋଲାଯାଇଥିବା ଷ୍ଟଲ ଗୁଡ଼ିକ ଭାଙ୍ଗି ଯାଇଥିଲା। ଦୋକାନୀମାନେ ଜୀବନ ବିକଳରେ ଦୌଡ଼ି ସୁରକ୍ଷିତ ସ୍ଥାନକୁ ପଳାଇ ଯାଇଥିଲେ। ସେହିପରି ସହର ଭିତରେ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିଲା। କିଛି ସମୟ ପାଇଁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିଲା।

Related story