ଦୋକାନୀ, ଗ୍ରାହକଙ୍କ ମୁହଁରେ ନ ଥିଲା ମାସ୍କ; ସିଲ୍ ହେଲା ୨ ଦୋକାନ ‌

ଝାରସୁଗୁଡା (ଭାଗିରଥୀ ସାହୁ):ଝାରସୁଗୁଡ଼ା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଉପରମୁହାଁ ଥିବା ବେଳେ ନିୟମକୁ ଆହୁରି କଡ଼ାକଡ଼ି କରିଛି ଜିଲ୍ଲା ପ୍ରଶାସନ। କୋଭିଡ ସଂକ୍ରମଣକୁ ପ୍ରତିହତ କରିବାକୁ ଝାରସୁଗୁଡାରେ ଚେକିଂକୁ କଡ଼ାକଡ଼ି କରାଯାଇଛି। ସାମାଜିକ ଦୂରତା ନ ରଖିବା ଏବଂ ଦୋକାନୀ ଓ ଗ୍ରାହକ ମାସ୍କ ବ୍ୟବହାର କରୁ ନଥିବା ଯୋଗୁଁ ଗତକାଲି ସଂଧ୍ୟାରେ ଝାରସୁଗୁଡା ସହରର ଦୁଇଟି ଦୋକାନକୁ ସିଲ କରଛି ଜିଲ୍ଲା ପ୍ରସାଶନ  । କୋଭିଡ ନିୟମ ଉଲଂଘନ ଅଭିଯୋଗରେ ସିଲ୍‌ ହେଇଥିବା […]

Shop Sealed

Niharika Rout
  • Published: Monday, 05 April 2021
  • , Updated: 05 April 2021, 05:22 PM IST

ଝାରସୁଗୁଡା (ଭାଗିରଥୀ ସାହୁ):ଝାରସୁଗୁଡ଼ା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଉପରମୁହାଁ ଥିବା ବେଳେ ନିୟମକୁ ଆହୁରି କଡ଼ାକଡ଼ି କରିଛି ଜିଲ୍ଲା ପ୍ରଶାସନ। କୋଭିଡ ସଂକ୍ରମଣକୁ ପ୍ରତିହତ କରିବାକୁ ଝାରସୁଗୁଡାରେ ଚେକିଂକୁ କଡ଼ାକଡ଼ି କରାଯାଇଛି। ସାମାଜିକ ଦୂରତା ନ ରଖିବା ଏବଂ ଦୋକାନୀ ଓ ଗ୍ରାହକ ମାସ୍କ ବ୍ୟବହାର କରୁ ନଥିବା ଯୋଗୁଁ ଗତକାଲି ସଂଧ୍ୟାରେ ଝାରସୁଗୁଡା ସହରର ଦୁଇଟି ଦୋକାନକୁ ସିଲ କରଛି ଜିଲ୍ଲା ପ୍ରସାଶନ  ।

କୋଭିଡ ନିୟମ ଉଲଂଘନ ଅଭିଯୋଗରେ ସିଲ୍‌ ହେଇଥିବା ଏହି ୨ ଦୋକାନ ମଧ୍ୟର ଗୋଟିଏ ଜୋତା ଦୋକାନ ଓ ଅନ୍ୟଟି ଏକ ମୋବାଇଲ ଫୋନ୍ ଦୋକାନ ବୋଲି ଜଣାପ଼ଡିଛି।  ସ୍ଥାନୀୟ ପୁଲିସ୍‌ ଓ ଝାରସୁଗୁଡା ବିଡ଼ିଓଙ୍କ ଉପସ୍ଥିତିରେ ଏହି ଦୁଇଟି ଦୋକାନ ସିଲ୍‌ କରାଯାଇଛି ।

କୋଭିଡର ଦ୍ୱିତୀୟ ଲହର ଜାରି ରହିଥିବାବେଳେ ସଂକ୍ରମଣ ବୃଦ୍ଧି ରୋକିବାକୁ ରାଜ୍ୟ ସରକାର କୋଭିଡ୍ ନିୟମ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଝାରସୁଗୁଡ଼ା ଜିଲ୍ଲାରେ ଦିନ ଓ ସଂଧ୍ୟାରେ ପାଟ୍ରୋଲିଂ ଏବଂ ଚେକିଂକୁ କଡାକଡି କରିବାକୁ ୧୭ଟି ସ୍କ୍ୱାଡ୍ ଗଠନ କରିଛନ୍ତି ଜିଲ୍ଲାପାଳ।

ଗତ ୩ଦିନ ମଧ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଅମାନିଆଙ୍କୁ ସାବାଡ କରିବାକୁ ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ପୂର୍ବରୁ ତିନି ସପ୍ତାହ ପର୍ଯ୍ୟନ୍ତ ସାପ୍ତାହିକ ହାଟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇ ଥିଲା ବେଳେ ଆଜିଠାରୁ ନାଇଟ କର୍ଫ୍ୟୁ କରାଯିବ  । ଏଥିସହ ଜିଲ୍ଲାର ୧୨ଟି ସ୍ଥାନରେ ମିନି କଣ୍ଟେନମେଣ୍ଟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟରେ ଚିହ୍ନଟ ୪୭୧ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିଲେ। ଏହି ଜିଲ୍ଲାରୁ କେବଳ ୮୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Related story