ଆଜି ଖୋଲିଲା ଧବଳେଶ୍ୱର ପୀଠ, ଚଣ୍ଡୀ ମନ୍ଦିର

କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘ ୯ ମାସ ପରେ ଗତକାଲିଠୁ କଟକରେ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲି ସାରିଥିବା ବେଳେ ଆଜିଠୁ ଖୋଲିଲା ବାବା ଧବଳେଶ୍ୱରଙ୍କ ପୀଠ ଓ କଟକ ଚଣ୍ଡୀ ମନ୍ଦିର। କୋଭିଡ୍ ଗାଇଡଲାଇନ୍ ଅନୁସାରେ ସକାଳୁ ସକାଳୁ ଧବଳେଶ୍ୱର ମନ୍ଦିର ଖୋଲିଛି । ରାତି ୪ଟାରୁ ପହଡ ଖୋଲାଯାଇ ଧବଳେଶ୍ୱର ବାବାଙ୍କ ସ୍ନାନ କରାଯାଇଛି । ମଙ୍ଗଳ ଆଳତୀ ପରେ ଦର୍ଶନ ନିମନ୍ତେ ସୁଯୋଗ ଦିଆଯାଇଛି ।  ଆଜି ମନ୍ଦିର ପୂଜକଙ୍କ ପରିବାର ଲୋକେ ଦର୍ଶନ କରିବା […]

ctc-1

Niharika Rout
  • Published: Friday, 08 January 2021
  • , Updated: 08 January 2021, 09:15 AM IST

କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘ ୯ ମାସ ପରେ ଗତକାଲିଠୁ କଟକରେ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲି ସାରିଥିବା ବେଳେ ଆଜିଠୁ ଖୋଲିଲା ବାବା ଧବଳେଶ୍ୱରଙ୍କ ପୀଠ ଓ କଟକ ଚଣ୍ଡୀ ମନ୍ଦିର।

କୋଭିଡ୍ ଗାଇଡଲାଇନ୍ ଅନୁସାରେ ସକାଳୁ ସକାଳୁ ଧବଳେଶ୍ୱର ମନ୍ଦିର ଖୋଲିଛି । ରାତି ୪ଟାରୁ ପହଡ ଖୋଲାଯାଇ ଧବଳେଶ୍ୱର ବାବାଙ୍କ ସ୍ନାନ କରାଯାଇଛି । ମଙ୍ଗଳ ଆଳତୀ ପରେ ଦର୍ଶନ ନିମନ୍ତେ ସୁଯୋଗ ଦିଆଯାଇଛି ।  ଆଜି ମନ୍ଦିର ପୂଜକଙ୍କ ପରିବାର ଲୋକେ ଦର୍ଶନ କରିବା ପାଇଁ ବ୍ୟବସ୍ଥା ହୋଇଛି । ଆସନ୍ତା କାଲିଠୁ ଦୁଇ ଦିନ ପର୍ଯ୍ୟନ୍ତ  ମଂଚେଶ୍ୱର ପଞ୍ଚାୟତ ଏବଂ ୧୧ ତାରିଖରୁ ସର୍ବସାଧାରଣ ଦର୍ଶନ ସୁଯୋଗ ମିଳିବ । ଗୋଟିଏ ଥରରେ ୫୦ ଜଣ ଭକ୍ତ ଦର୍ଶନ କରିପାରିବେ।  ୬ ଫୁଟ୍ ଦୂରତା ରଖି ମନ୍ଦିର ପରିସରରେ ମହାଦେବଙ୍କୁ ଦର୍ଶନ କରିପାରିବେ ଭକ୍ତ ।

ସେହିପରି ଆଜିଠୁ କୋଭିଡ କଟକଣା ଭିତରେ ସାଧାରଣ ଭକ୍ତଙ୍କ ପାଇଁ କଟକ ଚଣ୍ଡୀ ମନ୍ଦିର ଖୋଲିଛି । ସକାଳୁ ସକାଳୁ ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରୁଛନ୍ତି । ମନ୍ଦିରକୁ ଫୁଲରେ ସୁନ୍ଦର ଭାବେ ସଜାଯାଇଛି ।

ଅନ୍ୟପକ୍ଷରେ ଦୀର୍ଘ ଦିନର କଟକଣା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଧର୍ମାନୁଷ୍ଠାନ ଭକ୍ତଙ୍କ ପାଇଁ ଖୋଲି ସାରିଥିବା ବେଳେ କାଲିଠୁ କଟକରେ ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। ପ୍ରଶାସନର ନିର୍ଦ୍ଦେଶ ସତ୍ତ୍ୱେ ଗତକାଲି ଚଣ୍ଡୀ ମନ୍ଦିର ଖୋଲି ନ ଥିଲ। ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢିବାରୁ କେବଳ ମନ୍ଦିର ମୁଖ୍ୟ ଫାଟକ ଖୋଲାଯାଇଥିଲା । ଦୂରରୁ କେବଳ ଭକ୍ତ ମା’ଙ୍କୁ ଦର୍ଶନ କରିଥିଲେ  । ଚଣ୍ଡି ମନ୍ଦିରରେ ସମସ୍ତ ବ୍ୟବସ୍ଥା ପରେ ଆଜିଠୁ ମା’ଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

କୋଭିଡ ଗାଇଡଲାଇନ୍ ମଧ୍ୟରେ ସହରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନିମନ୍ତେ କଟକ ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଦିଆଯାଇଥିଲା।   ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ମାସ୍କ ପିନ୍ଧିବେ । ମନ୍ଦିରରେ ହ୍ୟାଣ୍ଡସାନିଟାଇଜର ରହିବ। ହାତ ଧୋଇବା ବ୍ୟବସ୍ଥା ମଧ୍ୟ ରହିବ। ସାମାଜିକ ଦୂରତା ଅବଲମ୍ବନ କରି ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନ କରିପାରି ବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ଅଛି।

Related story