ଗଜପତି(ମିହିର ଜତି): ସାଙ୍ଗଙ୍କ ସହ ଖେଳୁ ଖେଳୁ କୂଅରେ ପଡ଼ିଗଲା ୨ ବର୍ଷର ଶିଶୁ ପୁତ୍ର। ଶେଷରେ ୧୪ ଘଣ୍ଟାର ପରିଶ୍ରମ ପରେ କୂଅରୁ ମୃତଦେହ ବାହାର କଲେ ଅଗ୍ନିଶମ ବାହିନୀ କର୍ମଚାରୀ। ଏପରି ଦୁଃଖଦ ଘଟଣା ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ମହେନ୍ଦ୍ରଗଡ଼ ଗାଁରେ ଘଟିଛି। ମୃତ ଶିଶୁ ପୁତ୍ର ହେଲା ଦିଲୀପ ପାତ୍ରଙ୍କ ୨ ବର୍ଷଏ ଶିଶୁ ପୁତ୍ର କୃଷ୍ଣା ପାତ୍ର ।
ଗତକାଲି ସନ୍ଧ୍ୟା ସମୟରେ କୃଷ୍ଣା ସାଙ୍ଗସାଥୀଙ୍କ ସହ ଖେଲୁଥିବା ବେକେ କୂଅରେ ପଡିଯାଇଥିଲା । ପରିବାର ଲୋକେ ଆର.ଉଦୟଗିରି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଂଚି ବହୁ ଚେଷ୍ଟା କରି ୧୪ ଘଣ୍ଟା ପରେ କୂଅରୁ ମୃତ ଦେହ ଉଦ୍ଧାର କରିଥଲେ । । ପୋଲିସ ପହଂଚି ମୃତ ଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ଦିଲୀପ ପାତ୍ରଙ୍କ ଘର ଦିଗପହଣ୍ଡି ଗାଁ ହୋଇଥିବା ବେଳେ ସେ ଗତ କିଛି ଦିନ ପୂର୍ବରୁ ମହେନ୍ଦ୍ରଗଡ଼ ତାଙ୍କ ଭାଇ ଘରକୁ ବୁଲିବାକୁ ଆସିଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Jobs
ମୋଦି ଗ୍ୟାରେଣ୍ଟିର ଇଫେକ୍ଟ: ମିଳିଲା ୧୬.୭୩ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି, କିଏ ସେ ଟପ୍-୧୫ ନିବେଶକ
ମେକ୍ ଇନ୍ ଓଡ଼ିଶାର ଚତୁର୍ଥ ସଂସ୍କରଣ ‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭ ମାଧ୍ୟମରେ ରାଜ୍ୟରେ ରେକର୍ଡ ପରିମାଣର ପୁଞ୍ଜିନିବେଶ ହେବ ।
Politics
ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା: ୯ବର୍ଷ ବିତିଲା, କାର୍ଯ୍ୟକ୍ଷମ ହୋଇନି ୫୦%ରୁ ଊର୍ଦ୍ଧ୍ୱ ପ୍ରକଳ୍ପ
ବିଗତ ବିଜେଡି ସରକାରର ପ୍ରଚାରସର୍ବସ୍ୱ ନୀତି ହେଉ ଅବା ଆଶାନୁରୂପ ଇକୋସିଷ୍ଟମ ବିକଶିତ କରିବାର ବିଫଳତା ଅବା ଅନ୍ୟ କୌଣସି କାରଣରୁ ରାଜ୍ୟରେ ଶିଳ୍ପାୟନକୁ ଆଖିଦୃଶିଆ ସଫଳତା ମିଳିପାରି ନାହିଁ । ଯେଉଁଥିପାଇଁ ପ୍ରାକୃତିକ ସମ୍ପଦଭରା ଓଡ଼ିଶା ନିଜର ଶିଳ୍ପାୟନ ମାଧ୍ୟମରେ ବିକାଶର ଶିଖରକୁ ଛୁଇଁବା ମଧ୍ୟ ଏପର୍ଯ୍ୟନ୍ତ ସମ୍ଭବପର ହୋଇପାରିନଥିବା ଜଣାପଡ଼ିଛି ।
Special
ଦେବାନନ୍ଦଙ୍କ ପେନ୍ସନ୍ ଯୋଜନା; ପ୍ରଥମ ବର୍ଷ ୨୦ ହଜାର, ଦ୍ୱିତୀୟ ବର୍ଷ ୮୫ ହଜାର ଓ ତୃତୀୟ ବର୍ଷ ୧.୪୦ ଲକ୍ଷ
ଯଦିଓ ଅବସର ପରେ ପେନସନ ମିଳିବ ନାହିଁ ବୋଲି ଦେବାନନ୍ଦ ଜାଣିଥିଲେ, ତଥାପି କେବେ ଏହାକୁ ଏତେ ଗୁରୁତ୍ୱ ଦେଇ ନଥିଲେ କି ଅବସର ପରେ କ’ଣ କରିବେ, ସେ ନେଇ କିଛି ଯୋଜନା କରି ନଥିଲେ।
Miscellaneous
ବଳରାମ ଯୋଜନା: ଭୂମିହୀନ ଚାଷୀଙ୍କୁ ବିନା ବନ୍ଧକରେ ମିଳିବ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
ରାଜ୍ୟ କୃଷି ବିଭାଗ ପକ୍ଷରୁ ଜାରି ସଂକଳ୍ପପତ୍ର ଅନୁସାରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୪ ଡିସେମ୍ବର ୬ତାରିଖରେ ଏକ ସର୍କୁଲାର ଜାରି କରି ବନ୍ଧକମୁକ୍ତ କୃଷି ଓ କୃଷିଜାତ କାର୍ଯ୍ୟ ନିମନ୍ତେ ଋଣ ପରମାଣକୁ ୧.୬୦ଲକ୍ଷ ଟଙ୍କାରୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ।
Politics
‘ଉତ୍କର୍ଷ ଓଡ଼ିଶା’ ଉଦଘାଟିତ୍: ନିବେଶକଙ୍କ ପାଖରେ ମୋଦି ସାଜିଲେ ଗ୍ୟାରେଣ୍ଟର, କହିଲେ ଇଣ୍ଡୋନେସିଆ ରାଷ୍ଟ୍ରପତି ବି କହିଛନ୍ତି ତାଙ୍କ ଡିଏନଏରେ ଅଛି ଓଡ଼ିଶା
ପୂର୍ବ ଭାରତକୁ ଦେଶର ବିକାଶର ଅଭିବୃଦ୍ଧି ଇଞ୍ଜିନ ଭାବେ ଅଭିହିତ କରି ମୋଦି କହିଛନ୍ତି ଯେ ଏଥିରେ ଓଡ଼ିଶାର ଏକ ବଡ଼ ଭୂମିକା ରହିଛି । ଇତିହାସ ସାକ୍ଷୀ ଅଛି, ପୂର୍ବ ଏସିଆରେ ହେଉଥିବା ବାଣିଜ୍ୟ କାରବାର ମୁଖ୍ୟ ସ୍ଥଳୀ ଓଡ଼ିଶା ଥିଲା । ଓଡ଼ିଶାର ପୁରୁଣା ବନ୍ଦର ଏକପ୍ରକାର ଭାରତର ଦ୍ୱାର ହେଉଥିଲା ।