ଖେଳୁ ଖେଳୁ କୂଅରେ ପଡ଼ିଗଲା ଶିଶୁପୁତ୍ର

ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ର): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଛକରେ ଦୁଃଖଦ ଘଟଣା ଘଟିଛି। କୂଅରେ ପଡ଼ି ଅଢ଼େଇ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁପୁତ୍ର ଘର ବିହାରର ବୈଶାଳୀ ଜିଲ୍ଲାର ବୋଲି ଜଣାଯାଇଛି। ସେମାନେ ଅଲାଇଡିହ ଛକରେ ଥିବା କଲୋନୀରେ ଭଡ଼ା ରହୁଥିଲେ। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଶିଶୁପୁତ୍ରଟି କୂଅ ନିକଟରେ ଖେଳୁଥିଲା। ଖେଳୁଥିବା ସମୟରେ ଶିଶୁପୁତ୍ରଟି କୂଅ ଭିତରେ ପଡ଼ିଯାଇଥିଲା।  ପରିବାର ଲୋକେ ଶିଶୁଟିକୁ କୂଅରେ ପଡ଼ିଯିବା […]

baby

Tapaswini Nayak
  • Published: Thursday, 11 November 2021
  • , Updated: 11 November 2021, 02:15 PM IST

ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ର): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଛକରେ ଦୁଃଖଦ ଘଟଣା ଘଟିଛି। କୂଅରେ ପଡ଼ି ଅଢ଼େଇ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁପୁତ୍ର ଘର ବିହାରର ବୈଶାଳୀ ଜିଲ୍ଲାର ବୋଲି ଜଣାଯାଇଛି। ସେମାନେ ଅଲାଇଡିହ ଛକରେ ଥିବା କଲୋନୀରେ ଭଡ଼ା ରହୁଥିଲେ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଶିଶୁପୁତ୍ରଟି କୂଅ ନିକଟରେ ଖେଳୁଥିଲା। ଖେଳୁଥିବା ସମୟରେ ଶିଶୁପୁତ୍ରଟି କୂଅ ଭିତରେ ପଡ଼ିଯାଇଥିଲା।  ପରିବାର ଲୋକେ ଶିଶୁଟିକୁ କୂଅରେ ପଡ଼ିଯିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ବାଲୁଗାଁ ଓ ବାଣପୁର ଅଗ୍ନିଶମ ବାହିନୀ ପହଞ୍ଚି  ପିଲାଟିକୁ କୂଅରୁ ଉଦ୍ଧାର କରିଥିଲେ। ପରିବାରେ ଲୋକେ ପିଲାଟିକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ପିଲାଟିର ମୃତ୍ୟୁ ପରେ କଲୋନୀରେ ଶୋକର ଛାୟା ଖେଳି ଯାଇଛି।

ସୂଚନାଯୋଗ୍ୟ, ସୋମବାର ଦିନ ସମ୍ବଲପୁର ଜିଲ୍ଲା ଟାଉନଥାନା ଅନ୍ତର୍ଗତ ଲକ୍ଷ୍ମୀ ଟକିଜ ଅଞ୍ଚଳରେ କୂଅ ଭିତରେ ଖସି ପଡି ଦୁଇ ଭାଇଙ୍କ ମୃତ୍ୟୁ ଘଟି ଥିଲା। ଏହି ଛାତି ଥରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ବିଳମ୍ବିତ ରାତିରେ ଦୁଇ ଭାଇ କୂଅର ଚାନ୍ଦିନୀ ଉପରେ ବସି ଗପସପ ହେଉଥିବା ବେଳେ ହଠାତ୍‌ ନିୟନ୍ତ୍ରଣ ହରାଇ ଖସି ପଡ଼ିଥିଲେ।

 

Related story